କଟକ, ୦୨/୦୬ : କେତେବେଳେ ସହରର ଚକଚକିଆ ହୋଟେଲ୍ ତ ଆଉ କେତେବେଳେ ରଙ୍ଗ ମରା କାନ୍ଥ ଘର । ପୂର୍ବ ଚୁକ୍ତି ଅନୁସାରେ ଅଗ୍ରିମ ଦେଇ ବୁକିଂ କରୁଛନ୍ତି । ସୁରକ୍ଷିତ ଭାବେ ନେବା ଆଣିବା ସମ୍ପର୍କରେ ମଧ୍ୟ ଆଗୁଆ ନିଷ୍ପତ୍ତି ହୋଇଯାଉଛି । ଗ୍ରାହକଙ୍କ ଇଚ୍ଛା ଅନୁସାରେ ସବୁକିଛି ସେବା ପ୍ରଦାନ କରିବାକୁ ପଡୁଛି । ନ କଲେ ବୁକରଙ୍କ ଠାରୁ ଗାଳି ଶୁଣିବାକୁ ପଡ଼ିବ । ଯାହା ବି ହେଉ ପୂର୍ବଭଳି ଗ୍ରାହକଙ୍କ ସହିତ ସିଧାସଳଖ କଥା ନ ହୋଇ ବୁକି ଦ୍ୱାରା ସର୍ଭିସ୍ ପ୍ରଦାନ କରୁଛନ୍ତି ଅନେକ ଦେହଜୀବୀ । ଏବେ ଏଭଳି କିଛି ଢଙ୍ଗରେ ରାସ୍ତା କଡ଼ ବଦଳରେ ଦେହ ବ୍ୟବସାୟ ପାଇଁ ସୁରକ୍ଷିତ ମାଧ୍ୟମ ପାଲଟିଛି ଅନ୍ଲାଇନ୍ ଏସକର୍ଟ ସର୍ଭିସ୍ । ଯାହା କଟକ ଭଳି ସହରରେ ସୁରକ୍ଷିତ ସାଜିଥିବା କିଛି ଦେହଜୀବୀ କହିଛନ୍ତି । କାରଣ ପେଟର ଭୋକ ମାରିବାକୁ ହେଲେ ପ୍ରତିଦିନ ବଦଳୁଛି ବେଡରୁମ୍ ର ଠିକଣା।
ପରିବର୍ତ୍ତନ ସମୟରେ ଏବେ ଦେହ ବ୍ୟବସାୟର ପ୍ରଣାଳୀ ବଦଳିବାରେ ଲାଗିଛି । ସମାଜର ଟାହିଟାପରାକୁ ଅଣଦେଖା କରି ରୋଜାଗାର କରିବାକୁ ଅନେକ ଯୁବକଯୁବତୀମାନେ ଏଥିରେ ସାମିଲ୍ ହେଉଛନ୍ତି । ତେଣୁ ଲୋକଙ୍କ ଡିମାଣ୍ଡ୍ ଓ ଦେହଜୀବୀଙ୍କ ବାଧ୍ୟକୁ ଦୃଷ୍ଟିରେ ରଖି ଅନଲାଇନ୍ ଏସ୍କର୍ଟ ସର୍ଭିସ୍ ଏବେ କଟକରେ ସେମାନଙ୍କୁ ରୋଜଗାର ଦେଉଛି । ଏନେଇ ଆବଶ୍ୟକ ଥିବା ଲୋକମାନେ ପ୍ରଥମେ ଟେଲିଗ୍ରାମ୍ରେ ଦିଆଯାଉଥିବା ନମ୍ବରରେ ଯୋଗାଯୋଗ କରୁଛନ୍ତି । ପରେ ବୁକି ଜଣକ ଆବଶ୍ୟକ ସ୍ଥାନର ନାମ ପଚାରୁଛନ୍ତି । ତା’ ପରେ ଆରମ୍ଭ ହେଉଛି ଫଟୋ ନେଣଦେଣ ସହିତ ସର୍ଭିସ୍ ସହିତ ଏହାର ଚାର୍ଜେସ୍ ଉପରେ ଆଲୋଚନା । ଏଥିରେ ରାତିକ ପାଇଁ ୮ ହଜାର ଟଙ୍କାରୁ ୨୫ ହଜାର ଟଙ୍କା ଯାଏ ଡିମାଣ୍ଡ୍ କରାଯାଉଛି । ବୁକିମାନେ ଅଳ୍ପ କିଛି ରଖିବା ପରେ ଦେହଜୀବୀମାନଙ୍କୁ ଟଙ୍କା ଦେଇଥାନ୍ତି । ତାପରେ ବୁକି ଦେଇଥିବା ସ୍ଥାନରୁ ଗ୍ରାହକ ଆସି ଦେହଜୀବୀଙ୍କୁ କାର୍ରେ ବସାଇ ନେଉଛନ୍ତି ସହରରେ ଥିବା ବିଭିନ୍ନ ନାମୀଦାମୀ ହୋଟେଲକୁ । ରାତିସାରା ରହିବା ପରେ ଦେହଜୀବୀମାନେ ପୁଣି ଥରେ ନିଜ ଘରକୁ ଫେରି ଆସୁଛନ୍ତି ।
ଆହୁରି ପଢନ୍ତୁ- ପ୍ରସାଧନ ତଳେ ଲୁହ ଓ କୋହ, ଭାଇ-ଭଉଣୀଙ୍କ ପଢ଼ା ଖର୍ଚ୍ଚ ଉଠାଇବାକୁ ପାଲଟିଛନ୍ତି ଦେହଜୀବୀ
ସହରରେ ଅନେକ ସ୍ଥାନରେ ରହିବାକୁ ସୁବିଧା ନ ଥିବାରୁ ବାଧ୍ୟ ହୋଇ ଗ୍ରୁପ୍ ହୋଇ କୌଣସି ସ୍ଥାନରେ ଭଡ଼ା ନେବାକୁ ପଡ଼ିଥିବା ଜଣେ ଦେହଜୀବୀ କହିଛନ୍ତି। ଏବେ ସହର ସମେତ ଉପକଣ୍ଠରେ ବି ପଶ୍ଚିମବଙ୍ଗ, ଦିଲ୍ଲୀ, ମୁମ୍ବାଇ ଆଦି ସ୍ଥାନରୁ ଆସି ଅନେକ ଯୁବକ ଏସ୍କର୍ଟ ସର୍ଭିସ୍ ଦେଉଛନ୍ତି । ସେମାନଙ୍କ ମୂଲ୍ୟ ଘଣ୍ଟା ପିଛା ୫ ହଜାରରୁ ଆରମ୍ଭ ହୋଇ ୫୦ ହଜାର ପର୍ଯ୍ୟନ୍ତ ରହିଛି।