ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ପୂଜା ଖେଡକରଙ୍କ ଉପରେ ଝୁଲିଲା ଗିରଫଦାରୀର ଖଣ୍ଡା, ଆଗୁଆ ଜାମିନ ପାଇଁ ଗଲେ ସୁପ୍ରିମକୋର୍ଟ

Published By : Prameya | January 14, 2025 10:41 PM

ନୂଆଦିଲ୍ଲୀ : ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ର ପୂର୍ବତନ ଟ୍ରେନି ଅଧିକାରୀ ପୂଜା ଖେଡକର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ସେହି ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି, ଯେଉଁଥିରେ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦିଆ ଯାଇଛି। ପୂଜା ଖେଡକରଙ୍କ ଉପରେ ଅଭିଯୋଗ ଯେ, ସେ ଅନ୍ୟ ପଛୁଆ ବର୍ଗ (ଓବିସି) ଓ ଦିବ୍ୟାଙ୍ଗତା (ପିଡବ୍ଲ୍ୟୁଡି) ପାଇଁ ସଂରକ୍ଷିତ କୋଟାର ଫେକ୍‌ ଉପାୟରେ ଲାଭ ଉଠାଇ, ସଂଘ ଲୋକ ସେବା ଆୟୋଗ (ୟୁପିଏସସି) ପରୀକ୍ଷା ପାସ୍‌ କରିଥିଲେ। 

ଖେଡକର ସୁପ୍ରିମକୋର୍ଟରେ ଦଲିଲ ଦେଇଛନ୍ତି କି,ତାଙ୍କ ବିରୋଧରେ ରୁଜୁ ଏଫଆଇଆରରେ ଯେଉଁ କାଗଜପତ୍ର ଓ ଆବେଦନ ପତ୍ରର ଉଲ୍ଲେଖ କରାଯାଇଛି, ତାହା ପୂର୍ବରୁ ହିଁ ଅଭିଯୋଗକାରୀ ପକ୍ଷର ପାଖରେ ଅଛି। ଏଥିପାଇଁ ତାଙ୍କୁ ହେପାଜତକୁ ନେଇ ପଚରାପଚରିର ଆବଶ୍ୟକତା ନାହିଁ। ପିଟିସନକାରୀ ଏହା ମଧ୍ୟ ତର୍କ ଦେଇଛନ୍ତି କି, ତାଙ୍କର କୌଣସି ଅପରାଧିକ ରେକର୍ଡ ନାହିଁ ଏବଂ ସେ ଜଣେ ଅବିବାହିତ ଦିବ୍ୟାଙ୍ଗ ମହିଳା। 

ଖେଡକର ଏହା ମଧ୍ୟ କହିଛନ୍ତି କି, ତାଙ୍କର ନିଯୁକ୍ତି ଫିଜିକାଲ ଫେରିଫିକେସନ ପରେ ଭାରତୀୟ ପ୍ରଶାସନିକ ସେବା ଗୁଡ଼ିରେ ହୋଇଥିଲା,ଯେଉଁଥିରେ ତାଙ୍କୁ ଅଲ୍‌ ଇଣ୍ଡିଆ ସର୍ଭିସେସ୍ ଆକ୍ଟ ଓ ରୁଲ୍ସ ଅନୁସାରେ ସୁରକ୍ଷା ମିଳିଥାଏ। ସେ ଦାବି କରିଛନ୍ତି କି, ଦିବ୍ୟାଙ୍ଗତା ଅଧିକାର ଅଧିନିୟମ ଅନୁସାରେ , ମଧ୍ୟ ତାଙ୍କୁ ସେପର୍ଯ୍ୟନ୍ତ ସଂରକ୍ଷଣ ପ୍ରାପ୍ତ ଅଛି, ଯେପର୍ଯ୍ୟନ୍ତ ତାଙ୍କ ବିରୋଧରେ ଅଭିଯୋଗ ସିଦ୍ଧ ହେବ ନାହିଁ। 

ଉଲ୍ଲେଖନୀୟ ଯେ, ଖେଡକରଙ୍କ ବିରୋଧରେ ଅଭିଯୋଗ ସାମନାକୁ ଆସିବା ପରେ ୟୁପିଏସସି ତାଙ୍କର ଚୟନ ପ୍ରକ୍ରିୟାକୁ ରଦ୍ଦ କରି ଦେଇଛି ଏବଂ ତାଙ୍କୁ ସିଏସଇ-୨୦୨୨ର ନିୟମ ଗୁଡ଼ିକର ଉଲ୍ଲଙ୍ଘନ କରିବାର ଦୋଷୀ କରି ଭବିଷ୍ୟତରେ ସବୁ ପରୀକ୍ଷା ଓ ନିଯୁକ୍ତି ପ୍ରକ୍ରିୟା ଗୁଡ଼ିକରୁ ସ୍ଥାୟୀ ରୂପେ ପ୍ରତିବନ୍ଧିତ କରାଯାଇଛି। ଏହାପରେ ୟୁପିଏସସିର ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସ ଖେଡକରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଖେଡକର ଗିରଫଦାରୀରୁ ରକ୍ଷା ପାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଦାଏର କରି ଥିଲେ। ୧୨ ଅଗଷ୍ଟ ୨୦୨୪ରେ ହାଇକୋର୍ଟ ତାଙ୍କ ଅନ୍ତରୀଣ ସୁରକ୍ଷା ଦେଇଥିଲା, କିନ୍ତୁ ୨୩ ଡିସେମ୍ୱର ୨୦୨୪ରେ କୋର୍ଟ ଏହାକୁ ରଦ୍ଦ କରି ଦେଇ ଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.