ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ପୂର୍ବତନ ବିଧାୟକ ଧନେଶ୍ଵର ମାଝୀଙ୍କ ପରଲୋକ

Published By : Rasmita Pradhan | October 9, 2024 10:16 AM

କଳାହାଣ୍ଡି ୦୯/୧୦: ପୂର୍ବତନ ବିଧାୟକ ଧନେଶ୍ଵର ମାଝୀଙ୍କ ପରଲୋକ। ୮୪ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ବୁଧବାର ସକାଳେ କେସିଙ୍ଗା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ବିଧାୟକ ଧନେଶ୍ଵର ମାଝୀଙ୍କ ଦେହାନ୍ତ ହୋଇଛି। ଶ୍ରୀ ମାଝୀ କେସିଙ୍ଗା ଓ ନର୍ଲାରୁ ୫ ଥର ବିଧାୟକ ହୋଇଥିଲେ। ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ। ତାଙ୍କ ମୃତ୍ୟୁ ପରେ ରାଜନୈତକ ମହଲରେ ଶୋକର ଛାୟା ଖେଳିଯାଇଛି। 

କଳାହାଣ୍ଡି ଜିଲ୍ଲାର ଜଣେ ପରିଚିତ ଲୋକ ପ୍ରତିନିଧି ତଥା ପୂର୍ବତନ ବିଧାୟକ, ରାଜ୍ୟସଭା ସାଂସଦ ହେଉଛନ୍ତି ଧନେଶ୍ଵର ମାଝୀ। ବୁଧବାର ସକାଳ ୭ଟା ୪୦ ମିନିଟରେ କେସିଙ୍ଗା ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି। ଆଜି ସକାଳୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ କେସିଙ୍ଗା ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରୁଥିବା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। 

୫ ଜୁଲାଇ ୧୯୪୧ ମସିହାରେ କେସିଙ୍ଗା ବ୍ଲକ ତୁଣ୍ଡଳା ଗ୍ରାମ ପଞ୍ଚାୟତରେ ଧନେଶ୍ଵର ମାଝୀ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ସମାପ୍ତ ପରେ ସେ ପ୍ରଧାନ ଶିକ୍ଷକ ଭାବରେ ରିଶିଡା ବାପୁଜୀ ହାଇସ୍କୁଲ୍, ବେଲଖଣ୍ଡି ଘାସିରାମ ଦୋରା ହାଇସ୍କୁଲ୍ ଏବଂ ତୁଣ୍ଡଲା ହାଇସ୍କୁଲ୍ କର୍ମମୟ ଜୀବନ ଆରମ୍ଭ କରିଥିଲେ। ପରେ ଲୋକଙ୍କ ସେବା କରିବାକୁ ସେ ରାଜନୀତିରେ ପାଦ ଦେଇଥିଲେ। ସେ ପ୍ରଥମେ ୧୯୭୧ ମସିହାରେ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ବିଜୟ ଲାଭ କରିବା ପରେ କଳାହାଣ୍ଡି ରାଜ୍ୟସଭା ସାଂସଦ(୧୯୭୮-୧୯୮୪) ହୋଇଥିଲେ। ତାଙ୍କ ଜୀବନକାଳ ମଧ୍ୟରେ (୧୯୭୧,୧୯୭୪,୨୦୦୦,୨୦୦୪,୨୦୧୪ ମସିହା ନିର୍ବାଚନ)ରେ ସେ ପାଞ୍ଚ ଥର ନର୍ଲା ଓ କେସିଙ୍ଗା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଶେଷ ଥର ପାଇଁ ସେ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ତରଫରୁ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ରହିଥିଲେ। ତେବେ ନିଜ ଜୀବନରେ ଏକ ଆଦର୍ଶ ମଣିଷ, ପରୋପକାରୀ, ମେଳାପୀ, ମିଷ୍ଟଭାଷୀ ଭାବରେ ସାରା ଓଡ଼ିଶାରେ ପରିଚିତ ଥିଲେ।  

ସେ ରାଜନୀତି ଜୀବନ କାଳ ମଧ୍ୟରେ ଜନତା ଦଳ, ସ୍ଵତନ୍ତ୍ର ଦଳ ବିଜେପି, ବିଜେଡ଼ି ଦଳରେ ପୃଥକ ପୃଥକ ସମୟରେ ରହି ଆସିଥିଲେ ଏବଂ ଗତ ସାଧାରଣ ନିର୍ବାଚନ ପୂର୍ବରୁ(ମାର୍ଚ୍ଚ ୨୯ ତାରିଖ)ରେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ତାଙ୍କ ମୃତ୍ୟୁରେ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଶେଷ ଦର୍ଶନ କରିବାକୁ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା, ଆଦିବାସୀ ନେତା ଉପସ୍ଥିତ ରହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.