ନୂଆଦିଲ୍ଲୀ,୨୫/୦୪; ଉତ୍ତର ପ୍ରଦେଶର ଗାଜିଆବାଦରୁ ପୂର୍ବତନ ମୁସଲିମ୍ ସଲିମ୍ ୱାସ୍ତିକକୁ ପୁଲି ଗିରଫ କରିଛି। ଦିଲ୍ଲୀ ପୁଲିସ କ୍ରାଇମ୍ ବ୍ରାଞ୍ଚ ତାଙ୍କୁ୩୧ ବର୍ଷ ପୁରୁଣା ଅପହରଣ ଏବଂ ହତ୍ୟା ମାମଲାରେ ଗିରଫ କରିଛି । ତଦନ୍ତରୁ ଜଣାପଡିଛି ଯେ, ସେ ସେହି ବ୍ୟକ୍ତି ଯିଏ ୧୯୯୫ ମସିହାରେ ଜଣେ ୧୩ ବର୍ଷୀୟ ବାଳକର ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପ୍ରାୟ ୨୫ ବର୍ଷ ଧରି ଫେରାର ଥିଲେ । ପରିଚୟ ଲୁଚାଇ ରହୁଥିଲେ । ଦିଲ୍ଲୀ ପୁଲିସ୍ କ୍ରାଇଣବ୍ରାଞ୍ଚ ତାଙ୍କୁ ଗିରଫ କରିଛି ।

ଗାଜିଆବାଦର ଲୋନି ଅଞ୍ଚଳରୁ ନିଜକୁ ପୂର୍ବତନ ମୁସଲମାନ ବୋଲି ଦାବି କରି ୟୁଟ୍ୟୁବରେ ବିବାଦୀୟ ଭିଡିଓ ତିଆରି କରିଥିବା ଅଭିଯୁକ୍ତ ସଲିମ ୱାସ୍ତିକ ବନ୍ଧା ହୋଇଛି । ଏହି ବ୍ୟକ୍ତି ଜଣକ ବିବାଦୀୟ ବୟାନ ଏବଂ ୟୁଟ୍ୟୁବ ଭିଡିଓ ପାଇଁ ଚର୍ଚ୍ଚାରେ ଥିଲେ । ସଲିମ ୱାସ୍ତିକ, ଯାହାଙ୍କର ପ୍ରକୃତ ନାମ ସଲିମ ଖାନ । ୧୯୯୫ ମସିହାରେ ଉତ୍ତର-ପୂର୍ବ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ୧୩ ବର୍ଷୀୟ ପୁଅ ସନ୍ଦୀପ ବନସଲଙ୍କ ଅପହରଣ ଏବଂ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପିଲାଟିକୁ ଅପହରଣ କରାଯାଇଥିଲା ଏବଂ ପରଦିନ ହତ୍ୟା ଧମକ ସହିତ ୩୦,୦୦୦ ଟଙ୍କା ଛାଡିବାକୁ ଦାବି ହୋଇଥିଲା । ତଦନ୍ତ ସମୟରେ, ପୁଲିସ ସଲିମ ଖାନଙ୍କୁ ସନ୍ଦେହ କରିଥିଲା, ଯିଏ ସେହି ସମୟରେ ପିଲାର ସ୍କୁଲରେ ମାର୍ଶାଲ ଆର୍ଟ ପଢ଼ାଉଥିଲେ । ପଚରାଉଚରା ପରେ, ସେ ଅପରାଧ ସ୍ୱୀକାର କରିଥିଲେ । ପରବର୍ତ୍ତୀ ସମୟରେ, ୧୯୯୭ ମସିହାରେ, କୋର୍ଟ ସଲିମ ଖାନ ଏବଂ ତାଙ୍କ ସହଯୋଗୀ ଅନିଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ୨୦୦୦ ମସିହାରେ ଦିଲ୍ଲୀ ହାଇକୋର୍ଟ ଦ୍ୱାରା ଅନ୍ତରୀଣ ଜାମିନ ପାଇବା ପରେ, ସଲିମ ଫେରାର୍ ହୋଇ ଯାଇଥିଲା । ୨୦୧୧ ମସିହାରେ ହାଇକୋର୍ଟ ତାଙ୍କ ଦଣ୍ଡାଦେଶକୁ କାଏମ ରଖିଥିଲେ, କିନ୍ତୁ ସେତେବେଳକୁ ସେ ନିଜକୁ ଛଦ୍ମବେଶରେ ରଖି ଲୁଚି ରହିଥିଲେ ।

ଏହା ବି ପଢନ୍ତୁ...ରାଘବ ଚଢାଙ୍କ ସହିତ ୭ ସାଂସଦ ଆପ୍ ଛାଡିବା ପରେ ମୁହଁ ଖୋଲିଲେ ଆନ୍ନା ହଜାରେ, କହିଲେ, ଠିକ୍ ରାସ୍ତାରେ ଚାଲିଥିଲେ ଏଭଳି...

ପୁଲିସ ତଦନ୍ତରୁ ଜଣାପଡିଛି ଯେ, ସଲିମ ଫେରାର ଥିବା ସମୟରେ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଭ୍ରମିତ କରିବା ପାଇଁ ନିଜକୁ ମୃତ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ସେ ତାଙ୍କ ନାମକୁ ସଲିମ ଅହମ୍ମଦ ରଖିଲେ ।  ସେ ହରିୟାଣା ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିଥିଲେ । ଏହି ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ହୋଇ ଏବଂ "ଏକ୍ସ-ମୁସଲିମ" ଭାବରେ ଭିଡିଓ ତିଆରି କରି ନିଜର  ନୂଆ ପରିଚୟ ସୃଷ୍ଟି କରିଥିଲେ । ସେ ଶେଷରେ ଗାଜିଆବାଦର ଲୋନି ଅଞ୍ଚଳରେ ବସବାସ କଲେ । ସୋସିଆଲ ମିଡିଆ ଏବଂ ୟୁଟ୍ୟୁବରେ ତାଙ୍କର କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି କରିଥିଲେ । ତାଙ୍କର ବିବାଦୀୟ ବୟାନ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ନିକଟରେ ସଲିମଙ୍କ ଉପରେ ଆକ୍ରମଣ ହୋଇଥିଲା, ଯାହା ଶିରୋନାମା ପାଲଟିଥିଲା । ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ଅତୀତର ରେକର୍ଡ, ଆଙ୍ଗୁଠି ଛାପ ଏବଂ ଫଟୋଗ୍ରାଫ ଆଧାରରେ ତାଙ୍କ ପରିଚୟ ନିଶ୍ଚିତ କରିଥିଲା । ଦୀର୍ଘ ତଦନ୍ତ ଏବଂ ନଜର ରଖିବା ପରେ, ପୁଲିସ ତାଙ୍କୁ ଲୋନିରୁ ଗିରଫ କରିଥିଲା ।