ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଓଲଟିଲା ଅବକାରୀ ବିଭାଗର ବୋଲେରୋ, ୨ ଗୁରୁତର

Published By : Harapriya Sethi | December 11, 2024 7:31 AM

ସୋର,୧୧/୧୨: ଖଇରା ଅବକାରୀ ଅଫିସକୁ ଆସୁଥିବା ବେଳେ ପିତାପାଣିଆ ଠାରେ ଭାରସାମ୍ୟ ହରାଇ ଓଲଟି ପଡିଲା ବୋଲେରୋ । ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ଏଏସଆଇ ଦୁର୍ଯ୍ୟୋଧନ ବେହେରା ଗୁରୁତର ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ସୋର-କୁପାରୀ ରାସ୍ତାରେ ଏଭଳି ଘଟଣା । 

ସୂଚନା ମୁତାବକ, ସୋର-କୁପାରୀ ରାସ୍ତାରେ ଖଇରା ଅଫିସକୁ ଆସୁଥିବା ବେଳେ ପିତାପାଣିଆ ଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଅବକାରୀ ବିଭାଗର ବୋଲେରୋ । ଏହି ଦୁର୍ଘଟଣାରେ ଗାଡିର ଡ୍ରାଇଭର ସମେତ ଏଏସଆଇ ଗୁରୁତର ହୋଇଥିଲେ । ଗାଡ଼ିଟି ଓଲଟି ପଡିବା ସମୟରେ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ଡ୍ରାଇଭର ସମେତ ଏଏସଆଇ ଦୁର୍ଯ୍ୟୋଧନ ବେହେରା, କନେଷ୍ଟବଳ ଦେବାଶିଷ ମଲ୍ଲିକଙ୍କୁ ଉଦ୍ଧାର କରି ଖଇରା ମେଡ଼ିକାଲକୁ ଆଣିଥିଲେ । ସେଠାରେ ଡ୍ରାଇଭର ଓ ଏଏସଆଇଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଭଦ୍ରକ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି । ଏହା ପରେ ଏହି ଘଟଣା ସମ୍ପର୍କରେ ପୋଲିସକୁ ମଧ୍ୟ ଖବର ଦେଇଥିଲେ ଲୋକେ । ଖବର ପାଇ ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ସୁରଜ କୁମାର ଟିଗା ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.