ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

Exit Poll: ହରିୟାଣାରେ ବିଜେପିକୁ ଝଟ୍‌କା, ୧୦ ବର୍ଷ ପରେ ଶାସନକୁ ଫେରିପାରେ କଂଗ୍ରେସ

Published By : Tapas Panda | October 5, 2024 7:27 PM

ନୂଆଦିଲ୍ଲୀ: ହରିୟାଣା ଏବଂ ଜମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଏବେ ଏକଜିଟ୍‌ ପୋଲ ସାମ୍ନାକୁ ଆସିଛି । ଏକଜିଟ୍‌ ପୋଲରୁ ଜଣାପଡ଼ିଛି ଯେ, କଂଗ୍ରେସ ୧୦ ବର୍ଷ ପରେ ହରିୟାଣାକୁ ଫେରିବାକୁ ଯାଉଛି । ବିଜେପିକୁ ମାତ ଦେଇ କଂଗ୍ରେସ ସରକାର ଗଢ଼ିବାକୁ ଯାଉଛି ବୋଲି ପୋଲ୍‌ରୁ ଜଣାପଡ଼ିଛି । 

ଦୈନିକ ଭାଷ୍କର- ହରିୟାଣାରେ ବିଜେପିକୁ ୧୫-୨୯, କଂଗ୍ରେସକୁ  ୪୪-୫୪ ଆସନ ମିଳିପାରେ । ସେହିଭଳି ଜେଜେପି ମେଣ୍ଟକୁ ଗୋଟିଏ ଆସନ, ଆଇଏନଏଲଡି ମେଣ୍ଟ ଖାତାକୁ ୧-୫ ଏବଂ ଅନ୍ୟ ଦଳକୁ ୪-୯ ଆସନ ମିଳିପାରେ । 

ରିପବ୍ଲିକ ଭାରତ-ମ୍ୟାଟ୍ରିଜ୍‌- ଏହି ଏକଜିଟ୍‌ ପୋଲ ଅନୁସାରେ, ବିଜେପିକୁ ୧୮-୨୪, କଂଗ୍ରେସକୁ ୫୫-୬୨, ଜେଜେପି ମେଣ୍ଟକୁ ୦-୩, ଆଇଏନଏଲଡି ମେଣ୍ଟ ଖାତାକୁ ୨-୫ଟି ଆସନ ଯାଇପାରେ । 

ଧ୍ରୁବ ରିସର୍ଚ୍ଚ- ବିଜେପିକୁ ୨୨-୩୨, କଂଗ୍ରେସକୁ ୫୦-୬୪ ଏବଂ ଅନ୍ୟ ଦଳଗୁଡ଼ିକ ଖାତାକୁ ୨-୮ଟି ସିଟ୍‌ ଯାଉଥିବା ଜଣାପଡ଼ୁଛି । 

ପିପୁଲ୍ସ ପଲ୍‌ସ ଏକଜିଟ୍‌ ପୋଲରେ ବିଜେପିକୁ ୨୦-୩୨ ଆସନ ମିଳିବାକୁ ଥିବା ବେଳେ କଂଗ୍ରେସକୁ ୪୯-୬୧ ଆସନ ଏବଂ ଅନ୍ୟଙ୍କୁ ୫-୮ ଟି ସିଟ୍‌ ମିଳିପାରେ । 

ଏହି ସମସ୍ତ ଏକଜିଟ୍‌ ପୋଲ୍‌ ହରିୟାଣାରେ କଂଗ୍ରେସ ସରକାର ଗଠନ କରିବ ବୋଲି ଇସାରା କରିଛନ୍ତି । ଦୀର୍ଘ ୧୦ ବର୍ଷ ପରେ ପୁଣି ଥରେ ହରିୟାଣାରେ କଂଗ୍ରେସ ଫେରିବାକୁ ଯାଉଛି । ଏକଜିଟ୍‌ ପୋଲ୍‌ ରିପୋର୍ଟକୁ ନେଇ କଂଗ୍ରେସ ସମର୍ଥକଙ୍କ ଗହଣରେ ଖୁସି ଦେଖିବାକୁ ମିଳିଥିବା ବେଳେ ଅକ୍ଟୋବର ୮ରେ ନିର୍ବାଚନୀ ଫଳାଫଳ ଘୋଷଣା ପରେ ପ୍ରକୃତ ବିଜେତା କିଏ ସ୍ପଷ୍ଟ ହୋଇଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.