ନୂଆଦିଲ୍ଲୀ: ହରିୟାଣା ଏବଂ ଜମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଏବେ ଏକଜିଟ୍‌ ପୋଲ ସାମ୍ନାକୁ ଆସିଛି । ଏକଜିଟ୍‌ ପୋଲରୁ ଜଣାପଡ଼ିଛି ଯେ, କଂଗ୍ରେସ ୧୦ ବର୍ଷ ପରେ ହରିୟାଣାକୁ ଫେରିବାକୁ ଯାଉଛି । ବିଜେପିକୁ ମାତ ଦେଇ କଂଗ୍ରେସ ସରକାର ଗଢ଼ିବାକୁ ଯାଉଛି ବୋଲି ପୋଲ୍‌ରୁ ଜଣାପଡ଼ିଛି । 

ଦୈନିକ ଭାଷ୍କର- ହରିୟାଣାରେ ବିଜେପିକୁ ୧୫-୨୯, କଂଗ୍ରେସକୁ  ୪୪-୫୪ ଆସନ ମିଳିପାରେ । ସେହିଭଳି ଜେଜେପି ମେଣ୍ଟକୁ ଗୋଟିଏ ଆସନ, ଆଇଏନଏଲଡି ମେଣ୍ଟ ଖାତାକୁ ୧-୫ ଏବଂ ଅନ୍ୟ ଦଳକୁ ୪-୯ ଆସନ ମିଳିପାରେ । 

ରିପବ୍ଲିକ ଭାରତ-ମ୍ୟାଟ୍ରିଜ୍‌- ଏହି ଏକଜିଟ୍‌ ପୋଲ ଅନୁସାରେ, ବିଜେପିକୁ ୧୮-୨୪, କଂଗ୍ରେସକୁ ୫୫-୬୨, ଜେଜେପି ମେଣ୍ଟକୁ ୦-୩, ଆଇଏନଏଲଡି ମେଣ୍ଟ ଖାତାକୁ ୨-୫ଟି ଆସନ ଯାଇପାରେ । 

ଧ୍ରୁବ ରିସର୍ଚ୍ଚ- ବିଜେପିକୁ ୨୨-୩୨, କଂଗ୍ରେସକୁ ୫୦-୬୪ ଏବଂ ଅନ୍ୟ ଦଳଗୁଡ଼ିକ ଖାତାକୁ ୨-୮ଟି ସିଟ୍‌ ଯାଉଥିବା ଜଣାପଡ଼ୁଛି । 

ପିପୁଲ୍ସ ପଲ୍‌ସ ଏକଜିଟ୍‌ ପୋଲରେ ବିଜେପିକୁ ୨୦-୩୨ ଆସନ ମିଳିବାକୁ ଥିବା ବେଳେ କଂଗ୍ରେସକୁ ୪୯-୬୧ ଆସନ ଏବଂ ଅନ୍ୟଙ୍କୁ ୫-୮ ଟି ସିଟ୍‌ ମିଳିପାରେ । 

ଏହି ସମସ୍ତ ଏକଜିଟ୍‌ ପୋଲ୍‌ ହରିୟାଣାରେ କଂଗ୍ରେସ ସରକାର ଗଠନ କରିବ ବୋଲି ଇସାରା କରିଛନ୍ତି । ଦୀର୍ଘ ୧୦ ବର୍ଷ ପରେ ପୁଣି ଥରେ ହରିୟାଣାରେ କଂଗ୍ରେସ ଫେରିବାକୁ ଯାଉଛି । ଏକଜିଟ୍‌ ପୋଲ୍‌ ରିପୋର୍ଟକୁ ନେଇ କଂଗ୍ରେସ ସମର୍ଥକଙ୍କ ଗହଣରେ ଖୁସି ଦେଖିବାକୁ ମିଳିଥିବା ବେଳେ ଅକ୍ଟୋବର ୮ରେ ନିର୍ବାଚନୀ ଫଳାଫଳ ଘୋଷଣା ପରେ ପ୍ରକୃତ ବିଜେତା କିଏ ସ୍ପଷ୍ଟ ହୋଇଯିବ ।