ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ମାଲଗାଡ଼ି ସହ ମହୀଶୂର ଦରଭଙ୍ଗା ଏକ୍ସପ୍ରେସର ଧକ୍କା , ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି

Published By : Prameya | October 11, 2024 10:17 PM

ଚେନ୍ନାଇ  : ତାମିଲନାଡୁରେ ଶୁକ୍ରବାର ରାତିରେ ଟ୍ରେନ୍‌ ଦୁର୍ଘଟଣା ହୋଇଛି। ବିହାର ଯାଉଥିବା ମହୀଶୂର-ଦରଭଙ୍ଗା ବାଗମତି ଏକ୍ସପ୍ରେସ  ମାଲଗାଡ଼ିକୁ ଧକ୍କା ଦେଇଛି। ଛିଡ଼ା ହୋଇଥିବା ମାଲ ଗାଡ଼ିକୁ ଧକ୍କା ଦେଇଛି ଏକ୍ସପ୍ରେସ୍‌ ଟ୍ରେନ୍‌ ସଂଖ୍ୟା ୧୨୫୭୮ ( MYS-DBG )। ଏହାପରେ ୬ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ଆସିଛି। ଧକ୍କା ଏତେ ଜୋରଦାର ଥିଲା ଯେ ଟ୍ରେନ୍‌ର ବଗିରେ ନିଆଁ ଲାଗି ଯାଇଛି। ବର୍ତ୍ତମାନ ସୁଦ୍ଧା ୧୦ ଜଣ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ପ୍ରାଥମିକ ସୂଚନା ଅନୁସାରେ, ରାତି ୮ଟା ୩୦ ମିନିଟରେ ଦରଭଙ୍ଗା ଏକ୍ସପ୍ରେସ୍ ଷ୍ଟେସନରେ ଛିଡ଼ା ହୋଇଥିବା ମାଲଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ ଏକ୍ସପ୍ରେସ୍ ଟ୍ରେନର ସ୍ପିଡ୍ କେତେ ଥିଲା ତାହା ମଧ୍ୟ ବର୍ତ୍ତମାନ ଜଣାପଡ଼ି ନାହିଁ । ଦୁର୍ଘଟଣା ପରେ ରେଲୱେ ଅଧିକାରୀ ଏବଂ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଉଛି।

କହି ରଖୁଛୁ କି ଏହା ପୂର୍ବରୁ ବିହାରର କଟିହାରରେ ଗୁରୁବାର ରାତିରେ ଟ୍ରେନ୍‌ ଦୁର୍ଘଟଣା ହୋଇଥିଲା। ସୁଧାନୀ –ବାରାସୋଇ ଷ୍ଟେସନ ମଧ୍ୟରେ ନ୍ୟୁ ଜଳପାଇଗୁଡିରୁ କଟିହାର ଯାଉଥିବା ମାଲଗାଡ଼ିର ଏକ ବଗି ଲାଇନଚ୍ୟୁତ ଘଟିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.