ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଗତଥର ଫଡ଼ନାଭିସ୍‌ ମୋ ନାଁ ସୁପାରିଶ କରିଥିଲେ, ଏଥର ଆମେ କରିଛୁ: ଏକାନାଥ ସିନ୍ଦେ

Published By : Tapas Panda | December 4, 2024 6:08 PM

ମୁମ୍ବାଇ: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଦେବେନ୍ଦ୍ର ଫଡ଼ନାଭିସ ରାଜ୍ୟପାଳଙ୍କୁ ଭେଟି ଆଜି ସରକାର ଗଠନ ଲାଗି ଦାବି କରିଛନ୍ତି । ଏହା ସହ ଗତକାଲି (ମଙ୍ଗଳବାର) ପୂର୍ତବନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ କଣ ଆଲୋଚନା କରିଥିଲେ ସେନେଇ କହିଛନ୍ତି ଫଡ଼ନାଭିସ । ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପରେ ଗଣମାଧ୍ୟମ ସାମ୍ନାକୁ ଆସି ଫଡ଼ନାଭିସ୍‌, ଏକନାଥ ସିନ୍ଦେଙ୍କୁ କୃତଜ୍ଞତା ଜଣାଇଛନ୍ତି । 

ଏହା ସହ ସେ କହିଛନ୍ତି, ଆମ ସରକାରରେ ରହିବାକୁ ସିନ୍ଦେଙ୍କୁ ଗତକାଲି ଅନୁରୋଧ କରିଥିଲି । ମୁଁ ଆଶା କରୁଛି ସେ ରହିବେ । ମୁଖ୍ୟମନ୍ତ୍ରୀ ପଦ ଆମ ଭିତରେ ଏକ ବୁଝାମୁଣା କିନ୍ତୁ ଆମେ ପୂର୍ବଭଳି ସବୁ ମିଳିମିଶି ସରକାର ଚଳାଇବୁ ।’ ଏହା ପରେ ସିନ୍ଦେଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି, ଅଢ଼େଇ ବର୍ଷ ପୂର୍ବେ ଫଡ଼ନାଭିସ୍‌ ମୁଖ୍ୟମନ୍ତ୍ରୀ ଲାଗି ମୋ ନାଁ ସୁପାରିଶ କରିଥିଲେ । ବର୍ତ୍ତମାନ ଆମେ ତାଙ୍କ ନାଁ ମୁଖ୍ୟମନ୍ତ୍ରୀ ଲାଗି ସୁପାରିଶ କରିଛୁ । 

ଏହା ପୂର୍ବରୁ ବିଜେପିର ନିଷ୍ପତ୍ତିକୁ ବିରୋଧ କରିବେ ନାହିଁ ବୋଲି ଏକନାଥ ସିନ୍ଦେ କହିଥିଲେ ।  ମହାରାଷ୍ଟ୍ର ନିର୍ବାଚନରେ ମହାୟୁତିକୁ ବଡ଼ ବିଜୟ ମିଳିଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ଲାଗି ରହିଥିଲା । କିନ୍ତୁ ଆଜି ଫଡ଼ନାଭିସ୍‌ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଯାଇଛି । ସେପଟେ ଫଡ଼ନାଭିସ୍‌ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ସିନ୍ଦେ ଗୋଷ୍ଠୀରେ ଅସନ୍ତୋଷ ମଧ୍ୟ ରହିଛି । ମହାରାଷ୍ଟ୍ରରେ ବିହାର ଫର୍ମୁଲା କାହିଁକି ଲାଗୁ କରାଗଲା ନାହିଁ ବୋଲି ଶିବସେନାର ନେତା ପ୍ରଶ୍ନ କରିଛନ୍ତି । ବିହାର ନିର୍ବାଚନରେ ବିଜେପି ଭଲ କରିଥିଲେ ମଧ୍ୟ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।  ସିନ୍ଦେ ବିଜେପିର ନିଷ୍ପତ୍ତିକୁ ଗ୍ରହଣ କରିବେ ବୋଲି ସ୍ପଷ୍ଟ କରିଥିଲେ ବି କିଛି ଦଳୀୟ ନେତା ନାରାଜ ଥିବା କୁହାଯାଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.