ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ

Published By : Harapriya Sethi | October 6, 2024 7:47 AM

କଣ୍ଟାବାଞ୍ଜି,୦୬/୧୦: ବେଆଇନ କ୍ଲିନିକ ଖୋଲି ଅଡୁଆରେ ପଡ଼ିଲେ ନକଲି ଡାକ୍ତର । ରୋଗୀଙ୍କ ଜୀବନ ସହ ଖେଳି ଗିରଫ ହେଲେ ପଶ୍ଚିମବଙ୍ଗର ପଳାସା ବିଶ୍ୱାସ । ଏନେଇ ଅଭିଯୋଗ ହେବା ପରେ ଗିରଫ କଲା ସିନ୍ଧେକେଲା ପୋଲିସ । ବଲାଙ୍ଗୀରର ଜିଲ୍ଲା କଣ୍ଟାବାଞ୍ଜି ବ୍ଲକ୍‌ରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ପଶ୍ଚିମବଙ୍ଗର ପଳାସା ବିଶ୍ୱାସ ବଲାଙ୍ଗୀରର କଣ୍ଟାବାଞ୍ଜି ଅଞ୍ଚଳରେ ଜାକ୍ତର ସାଜି ଏକ ନକଲି କ୍ଲିନିକ ଖୋଲି ରୋଗୀଙ୍କ ଚିକିତ୍ସା କରୁଥିଲେ । ଏନେଇ ରୋଗୀ ଜାଣିବା ପରେ ନକଲି ଡାକ୍ତରଙ୍କ ନାଁରେ ସିନ୍ଧେକେଲା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ନକଲି ଡାକ୍ତର ପଳାସା ବିଶ୍ୱାସଙ୍କୁ ଗିରଫ କରିଛି ସିନ୍ଧେକେଲା ପୋଲିସ । ନକଲି ଡାକ୍ତରଙ୍କୁ ଏହି ଘଟଣା ସମ୍ପର୍କରେ ପତରାଉଚରା କରି ତଦନ୍ତ କରୁଛି ପୋଲିସ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.