ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କାଛୁ କୁଣ୍ଡିଆ ଭଲ କରିବା ପାଇଁ ଯାଇଥିଲେ, ଦୁଷ୍କର୍ମର ଶିକାର ହେଲେ ଯୁବତୀ: ଗୁଣିଆ ଗିରଫ

Published By : Prameya | November 7, 2024 2:45 PM

ଠାକୁରମୁଣ୍ଡା,୦୭/୧୧: ବିଜ୍ଞାନର  ବିକାଶ ସହିତ ସମତାଳରେ ଅନ୍ଧ ବିଶ୍ୱାସ ବସା ବାନ୍ଧି ଚାଲିଛି । କୌଣସି ଅସୁବିଧା ପାଇଁ ପୂଜା ପାଠର ଆଶ୍ରୟ  ନିଆଯାଉଛି । ବିଶେଷକରି ଆଦିବାସୀ  ଅଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ଡାକ୍ତରଖାନା ଯିବା ପରିବର୍ତ୍ତେ ଗୁଣିଆ,  ବାବା ମାନଙ୍କ ପାଖରେ ଚିକିତ୍ସା ପାଇଁ  ଭିଡ଼ ବଢୁଛି । ମାତ୍ର ବିଶ୍ୱାସ ଯେ ବିପଦ ଡାକି ଆଣୁଛି ତାର ହିସାବ କିଛି  କମ୍‌ ନୁହେଁ । ଯାହାର ସଦ୍ୟ ନମୁନା ଦେଖିବାକୁ ମିଳିଛି ଠାକୁରମୁଣ୍ଡା ବ୍ଲକ  କେଶଡିହା ଗ୍ରାମରେ । ଶରୀରରୁ କାଛୁ  କୁଣ୍ଡିଆ ଭଲ କରିବା ପାଇଁ ଗୁଣିଆ  ପାଖରେ ଆଶ୍ରୟ ନେଇ ଶେଷରେ ଦୁଷ୍କର୍ମର ଶିକାର ହୋଇ ପୀଡ଼ିତା  ଥାନାର ଦ୍ୱାରସ୍ଥ ହୋଇଛନ୍ତି । 

ଠାକୁରମୁଣ୍ଡା ବ୍ଲକ ମହୁଲଡିହା  ଥାନା ଅନ୍ତର୍ଗତ କେଶଡିହା  ଗ୍ରାମରେ ଯୁବତୀକୁ ଦୁଷ୍କର୍ମ  କରି ଜେଲ୍‌ ହାଜତକୁ ଗଲେ ବୃଦ୍ଧ  ଗୁଣିଆ । ଅନ୍ଧବିଶ୍ୱାସର ବଶବର୍ତ୍ତୀ  ହୋଇ ଶରତ ଥାନା ରଜତନଗର  ପଞ୍ଚାୟତର ଜନୈକା ଯୁବତୀ ନିଜ  ମା’ଙ୍କ ସହ କେଶଡିହା ଗ୍ରାମକୁ  ନିଜର ଦେହ ଅସୁସ୍ଥ ଥିବାରୁ ପୂଜା  କରିବାକୁ ଆସିଥିଲେ । ଦେହରେ  କାଛୁ କୁଣ୍ଡିଆ ଲାଗି ରହୁଥିବାରୁ  ଯୁବତୀ ଜଣକ ଗୁଣିଆ ବାବାକୁ ମା’  ସହ ଭେଟି ପ୍ରତିକାର କରିବାକୁ  କହିଥିଲେ । ଗୁଣିଆ ଜଣକ ଚିକିତ୍ସା  ପାଇଁ ଅମାବାସ୍ୟା ତିଥିରେ ଆସିବାକୁ  ପରାମର୍ଶ ଦେଇଥିଲେ । ଯୁବତୀ ଜଣକ  ପରାମର୍ଶ ଅନୁଯାୟୀ ୨ ତାରିଖ ଦିନ  କେଶଡିହାରେ ପହଞ୍ଚିଥିଲେ । ବିଳମ୍ବିତ  ରାତିରେ ପୂଜା କରିବାକୁ ଯୁବତୀକୁ  ଡାକିଥିଲେ ଗୁଣିଆ ବିଶେଶ୍ୱର ସୟ । ଅନ୍ଧକାର ଓ ବିଶ୍ୱାସର ସୁଯୋଗ  ନେଇ ବିଶେଶ୍ୱର ଯୁବତୀକୁ ଯୌନ  ଶୋଷଣ କରିଥିଲା । ୩ ତାରିଖରେ  ଯୁବତୀ ଘରକୁ ଫେରିଯାଇ ନିଜ  ମା'କୁ ଘଟଣା ସମ୍ପର୍କରେ ଅବଗତ  କରିଥିଲେ । ପରିବାରର ପରାମର୍ଶ  କ୍ରମେ ଗତକାଲି ଯୁବତୀ ମହୁଲଡିହା  ଆସି ଥାନାରେ ଅଭିଯୋଗ କରିଥିଲେ । ମହୁଲଡିହା ଥାନା ପୁଲିସ ମାମଲା  ରୁଜୁ କରି ଗୁଣିଆ ବିଶେଶ୍ୱର ସୟକୁ  ଠାକୁରମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟରେ  ହାଜର କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ଗୁଣିଆକୁ କରଞ୍ଜିଆ ଜେଲକୁ  ପଠାଇ ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.