ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ନକଲି ପୋଲିସ ସାଜି ଅସଲି ପୋଲିସକୁ କଲା କଲ୍, ଆଉ ତା’ପରେ

Published By : Gurupada Nath | November 16, 2024 4:33 PM

ନୂଆଦିଲ୍ଲୀ,୧୬/୧୧ :  କେରଳରେ ନିକଟରେ ଏକ ସାଇବର ଅପରାଧ ମାମଲା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଜଣେ ଲୁଟେରା ମୁମ୍ବାଇ ପୋଲିସର ଅଫିସର ସାଜି ଲୋକଙ୍କୁ ଠକିବାର ପ୍ରୟାସ କରୁଥିଲା । ଏହି ସମୟରେ ଥିସୁର ସିଟି ପୋଲିସ ଜାଲରେ ଫସିଯାଇଛି । ଏହି ଘଟଣା ଆହୁରି ବି ମଜାଦାର ହୋଇଯାଇଛି ଯେତେବେଳେ ଠକ ଜଣଙ୍କ ଭୁଲରେ ଭିଡ଼ିଓ କଲରେ ସାଇବର ସେଲର ଜଣେ ଅଧିକାରୀଙ୍କୁ ହିଁ ନିଜର ଶିକାର ଭାବେ ବାଛିଥିଲା ।

ଏହି ପୁରା ଘଟଣା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଲୁଟେରା ଜଣଙ୍କ ପୋଲିସ ଡ୍ରେସ ପିନ୍ଧି ଏକ ଅଧିକାରୀ ହେବାର ନାଟକ କରୁଥିଲା । ସେ ଭିଡ଼ିଓ କଲ‌ରେ ନିଜ ପରିଚୟ ମୁମ୍ବାଇ ପୋଲିସ ଅଫିସର ଭାବେ କହିଥିଲା । ମାତ୍ର ଅନ୍ୟପଟୁ ନିଜେ ଥିସୁର ସାଇବର ସେଲର ଜଣେ ଅଧିକାରୀ ଥିଲେ । ଯିଏ ନିଜ ପରିଚୟ ଲୁଚାଇ ଠକ ଜଣଙ୍କ ସହ କଥା ହୋଇଥିଲେ । ଲୁଟେରା ଜଣଙ୍କ ଯେତେବେଳେ ପଚାରିଥିଲେ କି ‘ଆପଣ କେଉଁଠି ଅଛନ୍ତି ?’ ଏହାପରେ ଲୁଟେରାଜଣକୁ ତୁରନ୍ତ ନିଜ ଭୁଲର ଅନୁଭବ ହେଲା ।

ଥିସୁରର ଅଧିକାରୀ ସୁଯୋଗର ଫାଇଦା ଉଠାଇ ଲୁଟେରାକୁ କହିଥିଲେ କି , ଏହି କାମ ବନ୍ଦ କର । ମୋତେ ତୁମ ଠିକଣା, ଲୋକେଶନ ଏବଂ ସବୁ କିଛି ଜଣା ଅଛି । ଏହା ସାଇବର ସେଲ ଅଟେ । ତୁମଲାଗି ଭଲ ହେବ କି ଏହିସବୁ ଛାଡ଼ି ଦିଅ ’। ଥିସୁର ସିଟି ପୋଲିସ ଏହି ଭିଡ଼ିଓ ମଙ୍ଗଳବାର ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲା । ଯାହା କିଛି ଘଣ୍ଟାରେ ଭାଇରାଲ ହୋଇଯାଇଛି । ଏହାଉପରେ ଲକ୍ଷାଧିକ ଭ୍ୟୁଜ ଏବଂ ବହୁ ଭଲପାଇବା ଆସିଥିଲା ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.