ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଫାଲ୍‌ଗୁନ ମାସର କେଉଁଦିନ ରଖିବେ ପ୍ରଦୋଷ ବ୍ରତ, ଜାଣନ୍ତୁ ତିଥି ଓ ଶୁଭ ମୂହୁର୍ତ୍ତ

Published By : Anindita Ratha | February 12, 2025 1:09 PM

ପ୍ରଦୋଷ ବ୍ରତ ଭଗବାନ ଶିବଙ୍କୁ ସମର୍ପିତ । ଏହି ଦିନ ଭୋଳାନାଥ ଓ ମାତା ପାର୍ବତୀଙ୍କୁ ବିଧି ବିଧାନର ସହିତ ପୂଜା କରାଯାଏ । ଏହି ବ୍ରତ ପ୍ରତି ମାସ ଶୁକ୍ଳ ପକ୍ଷ ଓ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିରେ ପାଳନ  କରାଯାଏ । ଶିବ ପୁରାଣ ଅନୁସାରେ ପ୍ରଦୋଶ ବ୍ରତ କଲେ ଅନେକ ଲାଭ ମିଳିଥାଏ ବୋଲି କୁହାଯାଏ । ବିଶ୍ବାସ ରହିଛି ଯେ, ପ୍ରଦୋଷ ବ୍ରତ କରିବା ଦ୍ବାରା ବ୍ୟକ୍ତିର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଆଉ ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ। ଜାତକରେ ଅଶୁଭ ଗ୍ରହଙ୍କ ପ୍ରଭାବ କମ୍ କରିବାକୁ ମଧ୍ୟ ପ୍ରଦୋଷ ବ୍ରତ ପାଳନ କରାଯାଏ। 

ବୈଦିକ ପଞ୍ଚାଙ୍ଗ ଅନୁସାରେ , ଫାଲଗୁନ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିର ଆରମ୍ଭ  ଫେବୃଆରୀ ୨୪ ତାରିଖ ଦ୍ବିପହର  ୧୨ଟା ୪୭ ମିନିଟରୁ ଆରମ୍ଭ ହୋଇ ୨୬ ଫେବୃଆରୀ ଦିନ ୧୧ ଟା ୮ ମିନିଟରେ ଶେଷ ହେବ । ଫାଲଗୁନ ମାସର ପ୍ରଥମ ପ୍ରଦୋଷ ବ୍ରତ ୨୫ ଫେବୃଆରୀରେ ପାଳନ କରାଯିବ। ସେହିପରି ଏହି ଦିନ ପୂଜାର ଶୁଭ ମୁହୁର୍ତ୍ତ ସନ୍ଧ୍ୟା ୬ଟା ୧୮ ମିନିଟରୁ ଆରମ୍ଭ ହୋଇ ୮ଟା ୪୮ ମିନିଟରେ ଶେଷ ହେବ । ପ୍ରଦୋଷ ବ୍ରତ ଦିନ ଶୁଭ ମୁହୁର୍ତ୍ତରେ ପୂଜ କରିବାଦ୍ବାରା ଶୁଭଫଳ ପ୍ରାପ୍ତି ହୋଇଥାଏ।  ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ,ପାଲଗୁନ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିର ଆରମ୍ଭ ୧୧ ମାର୍ଚ୍ଚ ସକାଳ ୮ଟା ୧୩ ମିନିଟର ଆରମ୍ଭ ହେବ । ସେହିପରି ୧୨ ମାର୍ଚ୍ଚ ସକାଳ ୯ ଟା ୧୧ ମିନିଟରେ ଶେଷ ହେବ   ଏହି ଦିନ ପୂଜାର ଶୁଭ ମୁହୁର୍ତ୍ତ ୬ ଟା ୨୭ ମିନିଟରୁ ୮ଟା ୫୩ ମିନିଟ ଯାଏ ରହିବ । 

ଏହା ମଧ୍ୟ ପଢନ୍ତୁ- ମାଘ ପୂର୍ଣ୍ଣିମାରେ ମହାକୁମ୍ଭରେ ସ୍ନାନ କାହିଁକି ? ଜାଣନ୍ତୁ କ'ଣ ରହିଛି ବିଶେଷତ୍ୱ...

ଧାର୍ମିକ ମାନ୍ୟତା ଅନୁସାରେ, ପ୍ରଦୋଷ ବ୍ରତ ଦିନ ଉପବାସ ରହି ଶିବଙ୍କ ପୂଜାର୍ଚ୍ଚନା କରିବା ଶୁଭ ହୋଇଥାଏ।  ଏହିଦିନ କ୍ରୋଧ, ଲୋଭ ଓ ମୋହ ଛାଡିବା ଆବଶ୍ୟକ । ପ୍ରଦୋଷ ବ୍ରତ ଆଧ୍ୟାତ୍ମିକ ଉତ୍‌ଥାନ ପତନ ଓ ନିଜର ଇଚ୍ଛା ପୂରଣ ପାଇଁ ମଧ୍ୟ ପାଳନ କରାଯାଏ । ଭକ୍ତିର ସହିତ ଏହି ବ୍ରତ ପାଳନ କରିବା ଦ୍ବରା ଜୀବନରୁ ସବୁ ଦୁଖ କଷ୍ଟ ଦୂର ହେବା ସହିତ ସୁଖ ସମୃଦ୍ଧି ଲାଭ ହୋଇଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.