ନବରଙ୍ଗପୁର, ୧/୭(ଆପ୍ର) ଲଗାଣ ବର୍ଷା ଯୋଗୁଁ ନଵରଙ୍ଗପୁର ତାରାଗାଁ ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଉପରେ ଏକ ବିରାଟ ଆମ୍ବ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ଗଛ ପଡ଼ି ରାସ୍ତା ଅବରୋଧ ଯୋଗୁଁ ଜାତୀୟ ରାଜପଥରେ ଅଢେଇ ଘଣ୍ଟା ଧରି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରୁ ଗଛ ଓ ଗଛର ଡାଳକୁ କଟର ସାହାଯ୍ୟରେ କାଟି ରାସ୍ତାରୁ ଗଛ ହଟାଯାଇଥିଲା। ସୂଚନାଯୋଗ୍ୟ ସନ୍ଧ୍ୟାରେ ସାଢ଼େ ୫ଟାରୁ ୭ ଟା ଯାଏଁ ଜାତୀୟ ରାଜପଥରେ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

'ରାହୁଲଙ୍କ ଭାଷଣ ଅପରିପକ୍ଵ, ପଞ୍ଚାୟତସ୍ତରୀୟ ନେତାଙ୍କ...