ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ମିଳିବ ଚାକିରି, ୩ ହଜାରରୁ ଅଧିକ ପରିବାର ପାଇବେ ଲାଭ: ସୁପ୍ରିମକୋର୍ଟଙ୍କୁ ଜଣାଇଲେ ଏଜି

Published By : Prameya | April 22, 2025 12:09 PM

Image courtesy: toi

ନୂଆଦିଲ୍ଲୀ,୨୨/୦୪: ମୃତ ସରକାରୀ  କର୍ମଚାରୀଙ୍କ ପରିବାରଙ୍କ ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ । ସ୍କୁଲ୍‌, କଲେଜଠାରୁ ଆରମ୍ଭ  କରି ସଚିବାଳୟରେ କାର୍ଯ୍ୟ କରୁଥିବା ୩  ହଜାରରୁ ଉଦ୍ଧ୍ୱର୍ ମୃତ ସରକାରୀ କର୍ମଚାରୀଙ୍କ  ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବ ।  ରାଜ୍ୟ ସରକାରଙ୍କ ପକ୍ଷରୁ  ଆଡଭୋକେଟ୍‌ ଜେନେରାଲ  ପୀତାମ୍ବର ଆଚାର୍ଯ୍ୟ ସୋମବାର  ସୁପ୍ରିମକୋର୍ଟରେ ଏହା  କହିଛନ୍ତି । ସେ କହିଛନ୍ତି,  ଏ ନେଇ ୨୦୨୦ ନିୟମର  ସଂଶୋଧନ କରାଯାଇଛି ।  ସଂଶୋଧିତ ଆଇନ ୨୦୨୫  ଅନୁଯାୟୀ ଜଣେ କାର୍ଯ୍ୟରତ  ସରକାରୀ କର୍ମଚାରୀ ପ୍ରାଣ ହରାଇଲେ ତାଙ୍କ  ପରିବାରର ଜଣେ ସଦସ୍ୟଙ୍କୁ ଓଡ଼ିଶା ସରକାର  ସରକାରୀ ଚାକିରି ଦେବେ ।  

ବିଚାରପତି ଜେ କେ ମାହେଶ୍ୱରୀ  ଏବଂ ବିଚାରପତି ଅରବିନ୍ଦ କୁମାରଙ୍କୁ  ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ଏହି  ମାମଲାର ସୋମବାର ଶୁଣାଣି ହୋଇଥିଲା ।  ଏଜି ପୀତାମ୍ବର ଆଚାର୍ଯ୍ୟ କହିଥିଲେ,  ୧୯୯୦ର ଆଇନ ଅନୁସାରେ ସରକାରୀ  ଚାକିରିରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀ  ପ୍ରାଣ ହରାଇଲେ ତାଙ୍କ ପରିବାରର ଜଣେ  ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ କରାଯିବ  ବୋଲି ବ୍ୟବସ୍ଥା ଥିଲା । ୨୦୨୦ରେ ଏହି  ନିୟମକୁ ତତ୍‌କାଳୀନ ସରକାର ପରିବର୍ତ୍ତନ  କରିଥିଲେ । ନୂଆ ସରକାର ଏହାକୁ ସଂଶୋଧନ  କରିଛନ୍ତି । ଏହା ସରକାରୀ ଗେଜେଟ୍‌ରେ  ପ୍ରକାଶ ପାଇଛି । ତେବେ ଶ୍ରୀ  ଆଚାର୍ଯ୍ୟ କହିଥିଲେ ଯେ, ବ୍ଲକ୍‌  ଗ୍ରାଣ୍ଟ ପାଉଥିବା କେତେକ  ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ରତିବାଦୀଙ୍କ କ୍ଷେତ୍ରରେ ଏହି  ଆଇନ କାର୍ଯ୍ୟକାରୀ ହେବନି ।  ସେମାନଙ୍କ ମାମଲା ଅଲଗା  ଭାବେ ବିଚାର କରାଯାଉଛି ।  ଏମାନଙ୍କ ସଂଖ୍ୟା ୨୦/୨୫  ହୋଇପାରେ ବୋଲି ଏଜି କହିଥିଲେ ।  ସେମାନଙ୍କ ଏକ ଅଲଗା ତାଲିକା କରିବା ପାଇଁ  ଖଣ୍ଡପୀଠ କହିଥିଲେ ।  

ପରବର୍ତ୍ତୀ ଶୁଣାଣି ମେ ୨ ତାରିଖରେ  ରାଜ୍ୟ ସରକାର ଏହି ତାଲିକା କୋର୍ଟରେ  ଉପସ୍ଥାପନ କରିବେ । ସୁପ୍ରିମକୋର୍ଟରେ  ପାଖାପାଖି ୩ଶହରୁ ଉଦ୍ଧ୍ୱର୍ ପ୍ରତିବାଦୀ ରହିଛନ୍ତି ।  ଦେବାଶିଷ ରଥ ନାମକ ଜଣେ ପ୍ରତିବାଦୀଙ୍କ  ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ସୁରେନ୍ଦ୍ର  କୁମାର ପତ୍ରୀ ଓ ଓକିଲ ରଭିଶ କୁମାର ତ୍ରିପାଠୀ  ସେମାନଙ୍କ ପକ୍ଷ ରଖିଥିଲେ । 

ଉଲ୍ଳେଖନୀୟ  ଯେ, ୨୦୨୦ରେ ନବୀନ ପଟ୍ଟନାୟକଙ୍କ  ସରକାର ୧୯୯୦ ଆଇନର ସଂଶୋଧନ କରିବା  ଫଳରେ ମୃତ ସରକାରୀ କର୍ମଚାରୀଙ୍କ ପରିବାର  ସଦସ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାରୁ  ବଞ୍ଚିତ ହୋଇଥିଲେ । କେତେକ କର୍ମଚାରୀଙ୍କ  ପରିବାର ସଦସ୍ୟ ଓଡ଼ିଶା ହାଇକୋର୍ଟରେ ଏହା  ବିରୋଧରେ ଆବେଦନ କରିଥିଲେ । ଓଡ଼ିଶା  ହାଇକୋର୍ଟ ରାଜ୍ୟ ସରାକାରଙ୍କ ନିଷ୍ପତ୍ତିକୁ  ଅଗ୍ରାହ୍ୟ କରିଦେଇଥିଲେ । ନବୀନ ପଟ୍ଟନାୟକ  ସରକାର ୨୦୨୩ ଜୁନ୍‌ ୨୭ରେ ସୁପ୍ରିମକୋର୍ଟର  ଦ୍ୱାରସ୍ଥ ହୋଇଥିଲେ ।  

ଗତ ଫେବ୍ରୁଆରୀ ୨ରେ ସୁପ୍ରିମକୋର୍ଟରେ ଏହି ମାମଲାର ପ୍ରଥମ ଶୁଣାଣି ହୋଇଥିଲା ।  ଏଜି ପୀତାମ୍ବର ଆଚାର୍ଯ୍ୟ ସୁପ୍ରିମକୋର୍ଟରେ  କହିଥିଲେ ଯେ, ନୂଆ ରାଜ୍ୟ ସରକାର ୨୦୨୦ର ଏହି ଆଇନର ପୁନର୍ବିଚାର କରିବା  ପାଇଁ ଚିନ୍ତା କରୁଛନ୍ତି । ଏହାପରେ ମାମଲା  ଏପ୍ରିଲ ୨୧କୁ ସ୍ଥଗିତ ହୋଇଥିଲା । ଆଜି ଏହାର  ଶୁଣାଣି ଶେଷ ହେବା ପରେ ଆଡଭୋକେଟ୍‌  ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ‘ପ୍ରମେୟ'କୁ  କହିଥିଲେ ଯେ, ନୂଆ ସରକାରଙ୍କ ସଂଶୋଧିତ  ଆଇନ-୨୦୨୫ ଦ୍ୱାରା ୩ ହଜାରରୁ ଉଦ୍ଧ୍ୱର୍ ମୃତ  ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟ  ଏଥିରୁ ଲାଭବାନ ହେବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.