ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ପୁରା ପରିବାର ମିଶିକି ଡ୍ରାମା କରୁଛନ୍ତି, ସାମନାକୁ ଆସିଲେ ତେଜପ୍ରତାପଙ୍କ ପତ୍ନୀ ଐଶ୍ବର୍ଯ୍ୟା: ଲାଲୁ-ରାବ୍ରୀଙ୍କ ଉପରେ ଆଣିଲେ ଗୁରୁତର ଅଭିଯୋଗ

Published By : Harapriya Biswal | May 26, 2025 6:19 PM

ନୂଆଦିଲ୍ଲୀ,୨୬।୫:୧୨ ବର୍ଷ ପୂର୍ବେ ଅନୁଷ୍କା ଯାଦବଙ୍କ ସହ ତେଜପ୍ରତାପଙ୍କ ସମ୍ପର୍କକୁ ନେଇ ପତ୍ନୀ ଐଶ୍ବର୍ଯ୍ୟା ଦେଇଛନ୍ତି ବଡ଼ ବୟାନ। ସେ କହିଛନ୍ତି, ପୁରା ପରବାର ମିଶିକି ଡ୍ରାମା କରୁଛନ୍ତି। ସେ ମିଡିଆରେ ତାଙ୍କୁ ତେଜପ୍ରତାପଙ୍କ ଅନୁଷ୍କା ଯାଦବ ନାମକ ଝିଅ ସହ ସମ୍ପର୍କ ନେଇ ମୁହଁ ଖୋଲିଛନ୍ତି। ଐଶ୍ବର୍ଯ୍ୟା ଶ୍ବଶୁର ଲାଲୁ ପ୍ରସାଦ ଯାଦବ, ଶାଶୁ ରାବ୍ରୀ ଦେବୀ ଓ ଦିଅର ତେଜସ୍ବୀ ଯାଦବଙ୍କ ଉପରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଯେତେବେଳେ ମୋତେ ମାଡ ମରାଯାଉଥିଲା ସେତେବେଳେ ତାଙ୍କର ସାମାଜିକ ନ୍ୟାୟ କେଉଁଠି ଥିଲା। ମୋର ଜୀବନ କାହିଁକି ଖରାପ କଲେ। ପୁରା ପରିବାର ମିଶିକି ଡ୍ରାମା କରୁଛନ୍ତି। ପାର୍ଟି ଓ ପରିବାରରୁ ବାହାର କରିବା କଥା କେବଳ ମିଛ ଓ ଡ୍ରାମା।

ଐଶ୍ବର୍ଯ୍ୟା କହିଛନ୍ତି, ଟ୍ବିଟରରେ ଚାରି ଲାଇନ୍ ଲେଖିବାରେ କ’ଣ ଅଛି। ଏମାନେ କେବେ ଅଲଗା ହୋଇପାରିବେନି। କାଲି ସନ୍ଧ୍ୟାରେ ରାବ୍ରୀ ଦେବୀ ତାଙ୍କ ପାଖକୁ ଯାଇଥିଲେ ଓ ଲୁହ ପୋଛି କହିଥିଲେ କିଛି ଦିନ ଶାନ୍ତ ରୁହ। ଆମେ ସବୁ ଠିକ୍ କରିଦେବୁ। ତେଜସ୍ବୀ ଯାଦବ ଭାଇଙ୍କ ସହ ଅଛନ୍ତି। କୋର୍ଟ ତାଙ୍କୁ ଘରୋଇ ହିଂସାରେଦୋଷୀ ପାଇଛନ୍ତି, କିନ୍ତୁ କୌଣସି ଗଣମାଧ୍ୟମରେ ଖବର ନାହିଁ। ମୋତେ ମାଡ଼ ମରାଗଲା ଓ ମୋତେ ଖାଇବାକୁ ଦିଆଗଲାନି। ଲାଲୁ ଜୀ କିଛି ବି କହୁନଥିଲେ। ମୁଁ ନିଜର ହକ୍ ପାଇଁ ଲଢେଇ କରିବି। ଏହି ଲୋକମାନେ ମୋର ଜୀବନକୁ ନଷ୍ଟ କରିଦେଲେ। ୧୨ ବର୍ଷ ହେବେ ତେଜ ସମ୍ପର୍କରେ ଥିଲେ, ଏହାକୁ ସେ ସ୍ବୀକାର କରିଛନ୍ତି। ସମସ୍ତଙ୍କୁ ସବୁ ଜଣାଥିବ, ତା ହେଲେ ସେମାନେ କାହିଁକି ମୋ ସହ ବିବାହ କଲେ ? ନିଜ ପୂଅର ଭୁଲ ଲୁଚାଇବାକୁ ଯାଇ ସେମାନେ ମୋ ଚରିତ୍ରକୁ ଆକ୍ଷେପ କଲେ। ଯେତେବେଳେ କଥା ପରିବାର ଉପରକୁ ଆସିଲା ସେମାନେ ସାମାଜିକ ନ୍ୟାୟର ପୁରୋଧା ପାଲଟି ଗଲେ। ତେଜପ୍ରତାପ ଯାଦବଙ୍କ ପାର୍ଟି ଓ ପରିବାରରୁ ବାହାର କରାଯିବା କେବଳ ମିଛ। ତାଙ୍କୁ କୌଣସି ଚିନ୍ତା ନାହିଁ, ପୁଅ କେତେଟା ବାହା ହେଉଛି। କିନ୍ତୁ ନିର୍ବାଚନ ପୂର୍ବରୁ ଏହି କଥା ଜଣାପଡି ଯିବାରୁ ଡ୍ରାମା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.