ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଚାଞ୍ଚଲ୍ୟ; ସ୍ତ୍ରୀ, ମାଆ ଓ ପୁଅକୁ ବିଷ ଦେଇ ଝୁଲି ପଡିଲେ ଯୁବକ !

Published By : Ankita S | February 17, 2025 12:57 PM

ବେଙ୍ଗାଲୁରୁ, ୧୭/୦୨: ବନ୍ଦ ଘରୁ ଗୋଟିଏ ପରିବାର ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଣେ ଝୁଲନ୍ତା ଅବସ୍ଥାରେ ଅନ୍ୟ ୩ ଜଣ ତଳେ ପଡିଥିବା ଦେଖିବାକୁ ମିଳିଛି । ଏପରି ଦୁର୍ଭାଗ୍ୟନଜକ ଘଟଣା ଘଟିଛି କର୍ଣ୍ଣାଟକ ମହୀଶୂରରେ ଏକ ଆପାର୍ଟମେଣ୍ଟରୁ ଗୋଟିଏ ପରିବାରର ୪ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ପରିବାର ସଦସ୍ୟଙ୍କୁ ବିଷ ଦେଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ମହୀଶୂରର ବିଶ୍ବେଶ୍ବରାୟ ନଗରରେ ଥିବା ଏକ ଆପାର୍ଟମେଣ୍ଟରୁ ୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ୪୫ ବର୍ଷୀୟ ଚେତନ, ତାଙ୍କର ୧୫ ବର୍ଷୀୟ ପୁଅ କୁଶଲ, ସ୍ତ୍ରୀ ରୂପାଲି (୪୩) ଓ ବୃଦ୍ଧା ମାଆ ପ୍ରିୟମ୍ବଦା (୬୨) । ଆଜି ଭୋର ୪ଟାରୁ ଚେତନ ଆମେରିକାରେ ରହୁଥିବା ତାଙ୍କ ଭାଇ ଭରତଙ୍କୁ ଫୋନ୍ କରିଥିଲେ । ଆମେ ଆତ୍ମହତ୍ୟା କରିବାକୁ ଯାଉଥିବା କହି ଫୋନ୍ କାଟି ଦେଇଥିଲେ । ଏହାଶୁଣି ଡରିଯାଇଥିଲେ ଭରତ । ତୁରନ୍ତୁ ଚେତନଙ୍କ ଶଶ୍ବର ଘରକୁ ଫୋନ୍ କରି ଜଣାଇଥିଲେ । ଚେତନଙ୍କ ଶାଶୂ ଘଟଣାସ୍ଥଳରେ ପହଞ୍ଚିବା ପରେ ସବୁ କିଛି ସରି ଯାଇଥିଲା । ଆଖି ଆଗରେ ପଡିଥିଲା ଝିଅ, ଜ୍ବାଇଁ ନାତି ଓ ସମୁଦୁଣୀଙ୍କ ମୃତଦେହ ।

ଅଧିକ ପଢନ୍ତୁ...ଶହେ ଟଙ୍କା ପାଇଁ ଗର୍ଭବତୀ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଆତ୍ମହତ୍ୟା କରିବା ପୂର୍ବରୁ ଯୁବକ ଜଣଙ୍କ ପରିବାରକୁ ବିଷ ଦେଇ ଝୁଲିପଡିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି । ମିଳିଥିବା ପ୍ରାଥମିକ ରିପୋର୍ଟରୁ ଏହା ସନ୍ଦେହ କରାଯାଉଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ହସଖୁସି ଭରା ପରିବାର କାହିଁକି ଏପରି ନିଷ୍ପତ୍ତି ନେଲେ ତାହା ପ୍ରଶ୍ନ ହୋଇ ରହିଛି । ମହୀଶୂର ସିଟି କମିଶନର ସୀମା ଲଟକର, ଡିସିପି ଜାହ୍ନବୀ ଏବଂ ବିଦ୍ୟାରଣ୍ୟପୁରମ ଥାନା ଇନ୍ସପେକ୍ଟର ମୋହିତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ବିଦ୍ୟାରଣ୍ୟପୁରମ ଥାନା ମାମଲା ରୁଜ୍ଜୁ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.