ପ୍ରମୂଖ ଖବର
  • ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ହେଲେ ଶୋଭନା ମହାନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ଦେହାନ୍ତ, ଦିଲ୍ଲୀ ଆର୍ଏମ୍ଏଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଯାଜପୁର: ଜବାବ ଦେଇ ଜବାବ ରଖିଲେ ଯାତ୍ରା କଳାକାର; ପାର୍ଟି ମାଲିକଙ୍କୁ ଫେରାଇଲେ ଅଗ୍ରୀମ ଟଙ୍କା
  • ||
  • କାମ କରିନପାରିଲେ ବିଦା ହେବେ ଅପାରଗ : ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି, ୭ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ||
  • ଦିଲ୍ଲୀ ଯିବେ ମୋହନ-ମନମୋହନ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆସିପାରେ ବଡ଼ ଖବର
  • ||
  • ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍, ଅଗଷ୍ଟ ୧୫ରେ ପାଳିବେ ଜନ୍ମଦିନ
  • ||
  • ଖଲ୍ଲିକୋଟ :ମାଟିଆ ସାହି ଛକ ନିକଟରେ ୨ ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି
  • ||
  • ବଳପୂର୍ବକ କ୍ଷମତା କବଜା ଅଭିଯୋଗରେ ବ୍ରାଜିଲ୍ ପୂର୍ବତନ ରାଷ୍ଟ୍ରପତି ବୋଲୋସୋନାରୋ ଗୃହବନ୍ଦୀ
  • ||
  • କଟକ: ବିଳମ୍ବିତ ରାତିରେ କଟକ ନୂଆ ବଜାରରେ ଗୁଳିମାଡ଼, ଯୁବକ ଗୁରୁତର
  • ||
  • ୧୩ରେ ଘୂର୍ଣ୍ଣିବଳୟ, ୧୪ରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ: ରାଜ୍ୟରେ ଏବେ ମୌସୁମୀ ନିଷ୍କ୍ରିୟ
  • ||

ବ୍ୟବଚ୍ଛେଦ ହେଲା ବୋଲି ନେଲେନି ମୃତଦେହ, ଶବ ସତ୍କାର କଲା ଭରସା ପରିବାର

Published By : Manoj | August 5, 2025 1:04 PM

କେନ୍ଦୁଝର ସଦର,୦୫/୦୮: ସାପ କାମୁଡାରେ  ମୃତ୍ୟୁବରଣ କଲା ପରେ ଶବ ବ୍ୟବଚ୍ଛେଦ ହେଲା ବୋଲି ପରିବାର, ସାହି ଭାଇ ମୃତ ଦେହ ଘରକୁ  ନେବାକୁ ବାରଣ କଲେ । ଗାଁରେ ଶେଷକୃତ୍ୟ  ସମ୍ପନ୍ନ କରାଇବାକୁ ମନା କଲେ । ଏଭଳି ସ୍ଥିତିରେ  ସ୍ୱେଚ୍ଛାସେବୀ ସଂଗଠନ ଭରସା ପରିବାରର ସଦସ୍ୟ  ମୃତଦେହ ସତ୍କାର କରି ମାନବିକତା ଦେଖାଇଛନ୍ତି ।  

ସୂଚନା ଅନୁଯାୟୀ, ସଦର ଥାନା ଅର୍ନ୍ତଗତ  ପର୍ଜନପୁର ଗ୍ରାମର ବିଦେଶୀ ପାତ୍ର(୫୫)ଙ୍କୁ ଗତ  ଶନିବାର ଏକ ଚିତିସାପ କାମୁଡି ଦେଇଥିଲା । ପରିବାର ଲୋକେ ଗୁରୁତର ଅବସ୍ଥାରେ କେନ୍ଦୁଝର  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।  ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ବିଦେଶୀଙ୍କ  ମୃତ୍ୟୁ ଘଟିଲା । ପଳାସପଙ୍ଗା ଫାଣ୍ଡି ଏସ୍‌ଆଇ ମାନସ  ରଞ୍ଜନ ପଣ୍ଡା ମେଡିକାଲରେ ପହଞ୍ଚି ୬୩/୨୫ରେ  ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ  କରିବା ସହିତ ଶବ ବ୍ୟବଚ୍ଛେଦ କରାଇଛନ୍ତି । ହେଲେ ଶବ ବ୍ୟବଚ୍ଛେଦ ହେବା ଯୋଗୁଁ ପରିବାର  ସାହି ଭାଇ ମୃତଦେହ ନେବାକୁ ବାରଣ କରିଥିଲେ । ଏପରିସ୍ଥଳେ ବିଦେଶୀଙ୍କ ଝିଅ ନିରୋଦ ପାତ୍ର ଚିନ୍ତାରେ ପଡି ଯାଇଥିଲେ । ମେଡିକାଲ ଫାଣ୍ଡି ପୁଲିସ ରାଜେନ୍ଦ୍ର  ନାରାୟଣ ସାହୁ, ଦୁର୍ଯ୍ୟୋଧନ ସାହୁ, ଦିନବନ୍ଧୁ ପାତ୍ର ଭରସା  ପରିବାର ସଂଗଠନ ଟ୍ରଷ୍ଟକୁ ଜଣାଇଥିଲେ । ସଭାପତି ଲମ୍ବୋଧର ମହାନ୍ତଙ୍କ ନେତୃତ୍ୱରେ ରକ୍ତଦାତା ଏସ କେ  ତାହିଦ, ଏମଡି ୱାସିମ୍‌, ଟୁଣି ମହାନ୍ତ, ଅଭିଳାଷ କୁମାର  ଗିରି, ଶ୍ମଶାନ ରକ୍ଷକ ସିଦେ୍ଧଶ୍ୱର ନାୟକ ଧାଙ୍ଗରପଡା ସ୍ଥିତ  ଆଦର୍ଶ ଶ୍ମଶାନରେ ବିଦେଶୀଙ୍କ ଶବ ସତ୍କାର କରାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.