ମୁମ୍ବାଇ,୨୩/୪ : IPL ୨୦୨୬ରେ ବୁଧବାର ଇକାନା ଷ୍ଟାଡିୟମରେ ହୋଇଥିବା ମ୍ୟାଚରେ ୨ଫ୍ୟାନ୍ସଙ୍କ ମଧ୍ୟରେ ଭୟଙ୍କର ଲଢେଇ ହୋଇଛି । ଉଭୟ ଜଣେ ଅନ୍ୟ ଜଣଙ୍କୁ ବିଧା ଗୋଇଠା ମାରିବାକୁ ଲାଗିଥିଲେ । ଜଣେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ତଳେ ପକାଇ ଦେଇଥିଲେ । ସେ ପୁଣି ଉଠି ଆସିଥିଲେ ଏବଂ ଲଢେଇ କରିବାକୁ ଲାଗିଥିଲେ । ଏହି ସମୟରେ ଏକ ଚପଲରେ ମାରିବାକୁ ଲାଗିଥିଲେ । ଏହା ଲକ୍ଷ୍ନୌ ସୁପର ଜାଏଣ୍ଟସ ବନାମ ରାଜସ୍ଥାନ ରୟାଲ୍ସ ମ୍ୟାଚ୍ ସମୟରେ ହୋଇଥିଲା । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

IPL ୨୦୨୬ର ୩୨ତମ ମ୍ୟାଚ୍ ଲକ୍ଷ୍ନୌ ଏବଂ ରାଜସ୍ଥାନ ମଧ୍ୟରେ ଇକାନା ଷ୍ଟାଡିୟମରେ ଖେଳାଯାଇଥିଲା । ଯେଉଁଥିରେ ରାଜସ୍ଥାନ ୪୦ରନରେ ବିଜୟୀ ହୋଇଥିଲେ । ମ୍ୟାଚ୍ ସମୟରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଲଢେଇ ହୋଇଥିଲା । ନିକଟରେ ବସିଥିବା ଜଣେ ବ୍ୟକ୍ତି ଏହାକୁ ନିଜ ମୋବାଇଲରେ ରେକର୍ଡ଼ କରିଥିଲେ ଏବଂ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଯାହା ଏବେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡ଼ିଓରେ ନଜର ଆସୁଛି କି ଜଣେ ବ୍ୟକ୍ତି ଦ୍ବିତୀୟ ବ୍ୟକ୍ତିଙ୍କୁ ତଳେ ପକାଇଦେଇଥିଲେ । ଯେଉଁଥିରେ ସେ ତଳ ଲାଇନରେ ଯାଇ ପଡ଼ିଥିଲେ । ପରେ ସେ ପୁଣି ଥରେ ଉଠି ଆସିଥିଲେ ଏବଂ ତାଙ୍କୁ ମାରିବାକୁ ଲାଗିଥିଲେ । ଏହି ସମୟରେ ଗୋଟିଏ ଚପଲ ବାହାର କରିଥିଲେ ଏବଂ ମାରିବାକୁ ଲାଗିଥିଲେ । ଏହା ମଧ୍ୟରେ ଆସିଥିବା ଜଣେ ବ୍ୟକ୍ତି ସିକ୍ୟୁରିଟିକି ଡାକିବାକୁ ଲାଗିଥିଲେ । ଏହି ସମୟରେ ଆଖପାଖରେ ଥିବା ଲୋକେ ଦୂରେଇ ରହିବାକୁ ଲାଗିଥିଲେ ।