ନାରାୟଣପାଟଣା ,୧୦/୧୨: ନିଶା ମହାରଣାଙ୍କ ପାଇଁ ଉଡିଲା ଚେୟାର। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଯାତ୍ରା ପରିବେଷଣ ବେଳେ ତୁମୁଳ କାଣ୍ଡ ।
ଷ୍ଟେଜ ଉପରକୁ ନିଶା ମହାରଣାଙ୍କୁ ଅନୁମତି ନ ଦିଆଯିବାରୁ ଭଙ୍ଗାରୁଜା । ପେଣ୍ଡାଲ ଉପରକୁ ଚେୟାର ଫୋପାଡ଼ିଲେ ଦର୍ଶକ। ଦର୍ଶକଙ୍କ ତୁମୁଳ କାଣ୍ଡ ପରେ ଅଧାରୁ ବନ୍ଦ ହୋଇଗଲା ଅପେରା।
ସୂଚନା ମୁତାବକ, କୋରାପୁଟ ଲକ୍ଷ୍ମୀପୁରରେ ଅଷ୍ଟଶମ୍ଭୁ ଅପେରାରେ ଅଭିନେତ୍ରୀ ନିଶା ମହାରଣା ଯୋଗ ଦେବେ ବୋଲି ପୂର୍ବରୁ ଯାତ୍ରା କମିଟି ଘୋଷଣା କରିଥିଲା । ହେଲେ ସ୍ଥାନୀୟ ପୁଲିସ ପ୍ରଶାସନ କିନ୍ତୁ ନିଶା ମହାରଣାଙ୍କୁ ଯାତ୍ରା ପେଣ୍ଡାଲକୁ ଛାଡ଼ି ନଥିଲା । ଯାହାକୁ ନେଇ ତାତିଥିଲେ ଦର୍ଶକ । ପୁଲିସ ଉପସ୍ଥିତିରେ ଯାତ୍ରା ପେଣ୍ଡାଲରେ ଦର୍ଶକ ଭଙ୍ଗାରୁଜା କରିବା ସହ ପେଣ୍ଡାଲ ଉପରକୁ ଚେୟାର ଫୋପାଡ଼ିଥିଲେ। ରାତି ୨ଟାରେ ନାଟକ ଆରମ୍ଭ ହେବା ମାତ୍ରେ ଦର୍ଶକଙ୍କ ଭଙ୍ଗାରୁଜା ହୋଇଥିଲା । ଦର୍ଶକଙ୍କ ତୁମୁଳ କାଣ୍ଡ ପରେ ଯାତ୍ରା ବନ୍ଦ ରହିଥିଲା। ତେବେ ଏହି ସମୟରେ ନିଶା ମହାରଣା ଲକ୍ଷ୍ମୀପୁରରେ ଉପସ୍ଥିତ ଥିଲେ । ପ୍ରଶାସନର କଟକଣା ପରେ ଉତ୍ତେଜନା ଦେଖାଦେଇଥିବା ସୂଚନା ମିଳିଛି। ଲକ୍ଷ୍ମୀପୁରରେ ଅଷ୍ଟଶମ୍ଭୁ ଅପେରା ପକ୍ଷରୁ ଯାତ୍ରା ପରିବେଷଣ ବେଳେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।