ମୁମ୍ବାଇ,୬/୬ : ଫରାହ ଖାନ ଫିଲ୍ମ ଅପେକ୍ଷା ନିଜ ୟୁଟ୍ୟୁବକୁ ନେଇ ଖୁବ୍ ଚର୍ଚ୍ଚା ରହିଥାନ୍ତି । ଆଜ୍ଞା ହଁ କୁକିଂ ବ୍ଲଗ୍ସ କରିଥାନ୍ତି, ଯାହାକୁ ଲୋକଙ୍କ ଭଲ ରେସପନ୍ସ ମିଳିଥାଏ । ଏପ୍ରିଲ୍ ୨୦୨୪ରେ ସେ ନିଜ କୁକ୍ ଦିଲ୍ଲୀପଙ୍କ ସହ ୟୁଟ୍ୟୁବ୍ ଚ୍ୟାନେଲର ଆରମ୍ଭ କରିଥିଲେ। ତାଙ୍କ ୟୁଟ୍ୟୁବରେ ୨.୯୪ ସବ୍ସକ୍ରାଇବର୍ସ ଅଛନ୍ତି ଏବଂ ପ୍ରତି ଭିଡ଼ିଓରେ ବହୁ ମିଲିୟନ ଭ୍ୟୁଜ୍ ଆସିଥାଏ । ଫରାହ ଖାନ ବଲିଉଡ଼ ଷ୍ଟାର୍ସଙ୍କ ବ୍ୟତୀତ, ଟିଭି ଅଭିନେତ୍ରୀ ଏବଂ କେତେକ ୟୁଟ୍ୟୁବର୍ସଙ୍କ ଘରେ ବି ଯାଇ ସାରିଛନ୍ତି ଏବଂ ତାଙ୍କୁ ମହଙ୍ଗା ମହଙ୍ଗା ଗିଫ୍ଟ ଦେଇଥାନ୍ତି । ୫ ଜୁନରେ ବରୁଣ ଧଓ୍ବନଙ୍କ ଫିଲ୍ମ ‘ହେ ଜଓ୍ବାନୀ ତୋ ଇସ୍କ ହୋନା ହେ’ ରିଲିଜ ହୋଇଛି । ଏହା ମଧ୍ୟରେ ବଋଣ ଧଓ୍ବନ, ଡେଭିଡ଼ ଧଓ୍ବନ, ପୂଜା ହେଗଡ଼େ ଏବଂ ମୃଣାଳ ଠାକୁର ତାଙ୍କ ଘରକୁ ଆସିଥିଲେ । ଏହି ସମୟରେ ଫରାହ ଖାନ ତାଙ୍କୁ ଲଗଜୁରୀ ଓ୍ବାଚ୍ ଏବଂ ଡାଇମଣ୍ଡ ଚେନ୍ ଗିଫ୍ଟ କରିଥିଲେ । ଯାହା ପରେ ବଋଣ ଧଓ୍ବନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଫରାହ ଖାନଙ୍କ ନୂଆ ଭିଡ଼ିଓରେ ଡେଭିଡ଼ ଧଓ୍ବନ ଏବଂ ବଋଣ ଧଓ୍ବନ ଦେଖାଯାଉଛନ୍ତି । ଯାହା ଖବର ଲେଖା ହେବା ସୁଦ୍ଧା ୧ ମିଲିୟନରୁ ଅଧିକ ଭ୍ୟୁଜ୍ ମିଳି ସାରିଛି । ଏହାସହ ଭିଡ଼ିଓରେ ସେ ବଋଣ ଧଓ୍ବନ ଏବଂ ତାଙ୍କ ବାପା ଡେଭିଡ ଧଓ୍ବନଙ୍କୁ Lucky Harvey ର ଲଗଜୁରୀ ଘଣ୍ଟା ଦେଉଥିବା ଦେଖାଯାଉଛନ୍ତି । ଏହାସହ ପୂଜା ହେଗଡ଼େ ଏବଂ ମୃଣାଳ ଠାକୁରଙ୍କୁ ଡାଇମଣ୍ଡ ଦେଇଥିଲେ। ଯାହାପରେ ବଋଣ ଧଓ୍ବନ କହିଥିଲେ କି ଏବେ ଅଫିସିଆଲ ହୋଇଗଲା କି ଫରାହ ଖାନ ୟୁଟ୍ୟୁବରେ ସବୁଠାରୁ ଧନୀ ଅଟନ୍ତି । ସେହିଭଳି ଡେଭିଡ଼ ଧଓ୍ବନ କହୁଥିବା ଦେଖାଯାଉଛନ୍ତି ତାଙ୍କର ଶୋ କେତେ ବଡ଼ ହିଟ୍ ହୋଇଯାଇଛି ।

ଯେତେବେଳେ ବଋଣ ଧଓ୍ବନ ଫରାହ ଖାନଙ୍କୁ ନେଇ କହିଥିଲେ କି ମୁଁ କାହାର ଶୋରେ ଯାଇ ନାହିଁ । କରଣ ଜୋହରଙ୍କ ଯେଉଁ ଶୋ ଅଟେ କଫି ଓ୍ବିଥ୍ କରଣ, ସେଠାରେ ବି ଡାଇମଣ୍ଡ କେବେ ଦିଆଯାଇ ନାହିଁ । ଏହାସହ ବଋଣଙ୍କ ମାମାଙ୍କ ଲାଗି ଗିଫ୍ଟ ଦିଆଯାଇଛି । ସେହିଭଳି ଡେଭିଡ୍ ଧଓ୍ବନଙ୍କୁ ଫୁଟ୍ ମସାଜ କରୁଥିବା ମେସିନ ବି ଦେଇଛନ୍ତି । ପ୍ରକାଶ ଯେ, ବଋଣ ଏବଂ ତାଙ୍କ ବାପାଙ୍କୁ ଫରାହ ଯେଉଁ ବ୍ରାଣ୍ଡର ଓ୍ବାଚ୍ ଦେଇଛନ୍ତି ତାହାର ମୂଲ୍ୟ ୧,୦୫,୦୦୦ ଏବଂ ୧,୩୦,୦୦୦ମଧ୍ୟରେ ହେବ । ମାତ୍ର ସେ ଗିଫ୍ଟ ଦେବା ସମୟରେ କାହା କଥାର କୌଣସି ରିଆକ୍ସନ ଦେଇନାହାନ୍ତି । ପ୍ରକାଶ ଯେ, ଫରାହ ଖାନଙ୍କ ବ୍ଲଗ୍ସ ଫ୍ୟାନ୍ସଙ୍କ ଫେବରାଇଟ୍ ଅଟେ । କାରଣ ସେ ସବୁବେଳେ ଷ୍ଟାର୍ସଙ୍କ ଘରେ ପହଞ୍ଚିଥାନ୍ତି । ଏହାସହ ଲୋକମାନଙ୍କୁ ତାଙ୍କ ଘର ଦେଖାଇଥାନ୍ତି ।