ନିଆଳି,୧୬/୦୮: ନିଆଳି ବ୍ଲକ୍ ଦେବୀ କନ୍ଦଳ ଦିପାଞ୍ଚଳ ଏକବେରୁଆଁ ପଞ୍ଚାୟତର ଏକବେରୁଆଁ ଗାଁରେ ଅଭାବନୀୟ ଘଟଣା । ବାଇଗଣ ତୋଳୁଥିବା ବେଳେ କାମୁଡ଼ିଲା ସାପ । ଚାଲିଗଲା ଚାଷୀଙ୍କ ଜୀବନ । ଦୁଃଖ ସହି ନପାରି କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ସ୍ତ୍ରୀ । ମୃତକ ସୁରେନ୍ଦ୍ର ସ୍ଵାଇଁ (୬୫ବର୍ଷ) ଏବଂ ତାଙ୍କ ପତ୍ନୀ ଲତିକା ସ୍ୱାଇଁ ବୋଲି ଜଣାପଡ଼ିଛି । ଏହି ଘଟଣା ପରେ ଗ୍ରାମରେ ପରିବେଶ ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଏକବେରୁଆଁ ଗାଁର ନଟବର ସ୍ଵାଇଁଙ୍କ ପୁଅ ସୁରେନ୍ଦ୍ର ସ୍ଵାଇଁ ନିଜ ବାଡିରେ ଥିବା ବାଇଗଣ କିଆରିରେ ଶନିବାର ସକାଳ ୯ଟାରେ ବାଇଗଣ ତୋଳୁଥିଲେ । ଏହି ସମୟରେ ଏକ ବିଶାକ୍ତ ସାପ କାମୁଡି ଦେବାରୁ ସେ ଅଚେତ ହୋଇ ପଡିଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜଗତସିଂହପୁର ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏସମ୍ପର୍କରେ ଜାଣିବାକୁ ପାଇ ସ୍ତ୍ରୀ ଲତିକା ସ୍ୱାଇଁ ମର୍ମାହତ ହୋଇ ଘରେ ଥିବା କୀଟନାସକ ଖାଇ ଦେଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନେଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।
ତେବେ ସୁରେନ୍ଦ୍ରଙ୍କ ଦୁଇଟି ଝିଅ ବିବାହିତ ଏବଂ ଏକମାତ୍ର ପୁଅ ତପନ ସ୍ଵାଇଁ ( ୩୦ବର୍ଷ) ବିବ୍ୟାଙ୍ଗ । ସେ ଘରେ ପଡି ରହିଛନ୍ତି । ଏହି ଦୁଃଖଦ ଘଟଣା ସାରା ପରିବାରକୁ ନଷ୍ଟ କରିଥିବାବେଳେ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ସ୍ଥାନୀୟ ସରପଞ୍ଚ ପ୍ରସାନ୍ତ କୁମାର ସ୍ଵାଇଁ ଓ ଗ୍ରାମବାସୀ ସହଯୋଗ କରୁଛନ୍ତି ।