ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ମଣ୍ଡି ଅବ୍ୟବସ୍ଥା ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ

Published By : prameya | December 29, 2024 1:39 PM

ସୁବର୍ଣ୍ଣପୁର,୨୯/୧୨:  ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଡ଼କର୍ଲେ ମଣ୍ଡିରୁ ମିଲର୍ସ ଧାନ ଉଠାଉନଥିବା ପ୍ରତିବାଦରେ ଚାଷୀମାନେ ରାସ୍ତାରୋକ କରିଛନ୍ତି । ଖବର ପାଇ ଏଡିଏମ ଅଞ୍ଜଳିନା ପ୍ରଧାନ ଆନ୍ଦୋଳନସ୍ଥଳକୁ ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିଥିଲେ । ହେଲେ କୌଣସି ସମାଧାନ ନିଷ୍କର୍ଷ ନବାହାରିବାରୁ ସକାଳ ୭ଟାରୁ ଆରମ୍ଭ ହୋଇଥିବା ରାସ୍ତାରୋକ ଖବର ଲେଖାଯିବା ପର୍ଯ୍ୟନ୍ତ ଜାରି ରହିଥିବା ପ୍ରକାଶ ।  ଗତ ୧୦ତାରିଖରୁ ମଣ୍ଡି ଖୋଲିଥିବା ବେଳେ ଆଜି ପର୍ଯ୍ୟନ୍ତ ସେଠାରେ ୩୭ଜଣ ଚାଷୀଙ୍କ ୪୧୨୧ ପ୍ୟାକେଟ ଧାନ ପଡ଼ିରହିଛି । ଧାନ ଉଠାଣ ପାଇଁ କୌଣସି ମିଲର୍ସ ଆସୁନଥିବାରୁ ବଡ଼କର୍ଲେ ମଣ୍ଡି ଅନ୍ତର୍ଗତ ବିଭିନ୍ନ ଗ୍ରାମର ଚାଷୀମାନେ ଗତକାଲି ରାମପୁର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଆଜି ରାମପୁର-ଡୁଙ୍ଗୁରିପାଲି ରାସ୍ତାର ପଣ୍ଡକିଟାଲ ଛକ(କେନାଲ ବ୍ରିଜ) ଠାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଥିଲେ । ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖବରପାଇ ଏଡିଏମ ବିଭିନ୍ନ ଅଧିକାରୀଙ୍କ ସହ ଆନ୍ଦୋଳନସ୍ଥଳକୁ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ବିନା କଟନୀଛଟନିରେ ଧାନ ଉଠାଇବାକୁ ଚାଷୀମାନେ ଦାବି କରିଥିଲେ । ସରକାରଙ୍କ ନିୟମ ଅନୁସାରେ ବିନା କଟନୀଛଟନୀରେ କେବଳ ଏଫ୍‌ଏକ୍ୟୁ ମାନର ଧାନ ନିଆଯିବ ବୋଲି ଏଡିଏମ କହିଥିଲେ । ଏଣୁ ଏଥିରେ ଚାଷୀମାନେ ରାଜି ନହୋଇ ହୋହାଲ୍ଲା କରିବାରୁ ସମାଧାନ ହୋଇପାରିନଥିଲା । ପ୍ରକାଶ ଥାଉକି, ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କ ଧାନ ଭିଜି ଯାଇଛି । ଏଭଳି ସ୍ଥିତିରେ ଏଫ୍‌ଏକ୍ୟୁ ମାନର ଧାନ ଆଣିବା ସମ୍ଭବ ନୁହେଁ । ଏନେଇ ପ୍ରଶାସନ ଅବଗତ ଥିଲେ ସୁଦ୍ଧା ଜୋର ଜବରଦସ୍ତି ଏଫ୍‌ଏକ୍ୟୁ ମାନର ଧାନ ଆଣିବାକୁ କହୁଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.