ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମଣ୍ଡିରୁ କିଣାଗଲାନ, ୫୦୦ କ୍ୱିଣ୍ଟାଲ ଓଦା ଧାନ ଫେରାଇନେଲେ ଚାଷୀ

Published By : Rasmita Pradhan | December 27, 2024 12:35 PM

କୋଷାଗୁମୁଡ଼ା,୨୭/୧୨ : ଚଳିତବର୍ଷ ଆରମ୍ଭରୁ ଅବ୍ୟବସ୍ଥାରେ ରହିଛି ଖରିଫ୍‌ମଣ୍ଡି । ଦୀର୍ଘ ୧୫ ଦିନ ପରେ ବି ଚାଷୀଙ୍କ ଗୁହାରି ଶୁଣିବାକୁ କେହିନାହାନ୍ତି। ମଣ୍ଡିକୁ ନା ମିଲର୍ସ ନା ଲ୍ୟାମ୍ପ୍‌ସ କର୍ମଚାରୀ ନା ଯୋଗାଣ ଅଧିକାରୀ କେହି ଆସୁନାହାନ୍ତି। ଗତ ୧୦ ତାରିଖ ଉଦ୍‌ଘାଟନ ଦିନରୁ ଚାଷୀ ମଣ୍ଡିକୁ ଆଣିଥିଲେ ଧାନ । ବହୁଦିନ ଧରି ଶୀତକାଳର ଖାଇଲା । ଏବେ ବର୍ଷାରେ ଭିଜିଲା । ଗଜା ହୋଇଯିବା ଏବଂ ବିକ୍ରି ନହେବା ଆଶଙ୍କା କରି ଆଜି ୧୦ଜଣ ଚାଷୀ ପ୍ରାୟ ୫ଶହ କୁଇଣ୍ଟାଲ ଧାନ ଘରକୁ ଫେରାଇ ନେଇଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ଲ୍ୟାମ୍ପ୍‌ସ ଅଧୀନ କୋଟାଗାଁ ମଣ୍ଡିରେ।   

ଚାଷୀଙ୍କ କହିବାନୁଯାୟୀ, ପୂର୍ବରୁ ଯେପରି କଟନିଛଟ୍‌ନି ହେଉଥିଲା ଏବେ ମଧ୍ୟ ତାହା ହେଉଛି । କୋଟାଗାଁ ମଣ୍ଡିରେ ପ୍ରତି ମଙ୍ଗଳବାର ଓ ବୁଧବାର ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ ହୋଇଛି । ଏଠାରେ ମୋତିଗାଁ, ଏମ୍‌.କେରାଗାଁ, ବାଲେଙ୍ଗା, ତାରାଗାଁ ପଞ୍ଚାୟତର ଚାଷୀମାନେ ଧାନବିକ୍ରି ପାଇଁ ସ୍ଥିର ହୋଇଛି । କୋଡିଙ୍ଗା ଲ୍ୟାମ୍ପ୍‌ସ ପରିଚାଳନାରେ ଚାଲିଥିବା ଏହି ମଣ୍ଡିରେ ନାନା ଅବ୍ୟବସ୍ଥା ଲାଗିରହିଛି । ଏବେ ଲଘୁଚାପ ବର୍ଷାରେ ମଣ୍ଡିରେ ଥିବା ପ୍ରାୟ ୬ ହଜାର କୁଇଣ୍ଟାଲ ଧାନ ଭିଜିଯାଇଛି । ଏହା ଗଜା ହୋଇ ନଷ୍ଟ ହେବା ଆଶଙ୍କା ଥିବାରୁ ଆଜି ବାଲେଙ୍ଗା ଚାଷୀ ଦୁର୍ଜନ ମିର୍ଗାନ (୭୫ କୁଇଣ୍ଟାଲ), ବଦାଗୁଡ଼ାର ହରିବନ୍ଧୁ ଭତରା(୨୬ କୁଇଣ୍ଟାଲ), ଜଟିଆଗୁଡାର ଲକ୍ଷ୍ମୀଧର ନାୟକ (୩୦କୁଇଣ୍ଟାଲ), ବରଗାଁର ମୋତିରାମ ଭତରା (୧୦୦କୁଇଣ୍ଟାଲ), ଜଟିଆଗୁଡାର ପଦ୍ମନ ନାୟକ (୩୦କୁଇଣ୍ଟାଲ), ଶୁଣ୍ଢିଗୁଡାର ପଦଲାମ ଭତରା(୫୦କୁଇଣ୍ଟାଲ), ଡକ୍ରିଭଟ୍ଟାର ହରି ମାଳୀ(୧୦୦କୁଇଣ୍ଟାଲ)ଓ ଅନ୍ୟ ଚାଷୀମାନେ ବିକ୍ରି ନକରି ଧାନବସ୍ତା ଘରକୁ ଫେରାଇ ନେଇଛନ୍ତି।

ସେମାନେ କହିଛନ୍ତି, ମଣ୍ଡିରେ ଚାଷୀଙ୍କ ସୁବିଧା ଅସୁବିଧା ପାଇଁ ବିଭାଗୀୟ ଅଧିକାରୀ ନାହାନ୍ତି । ଧାନର ମାନ ଯାଞ୍ଚ ଆଳରେ କଟ୍‌ନିଛଟ୍‌ନି ଚାଲିଛି । ଶୀଘ୍ର ଏହାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ । ଏ ସଂପର୍କରେ ଲ୍ୟାମ୍ପ୍‌ସ ଶାଖା ପରିଚାଳକ ସୁଶାନ୍ତ ଖାରାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ୍‌ ଉଠାଇ ନଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ । ଯୋଗାଣ ନିରୀକ୍ଷକ ମାନସରଞ୍ଜନ ଜେନା କହିଛନ୍ତି, ମଣ୍ଡିକୁ ଯାଇ ସ୍ଥିତି ତଦାରଖ କରିବେ । ଚାଷୀଙ୍କ ସହ ଆଲୋଚନାଚରି ଧାନ ଉଠାଇବା ଦିଗରେ ପଦେକ୍ଷପ ନେବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.