ବିନିକା,୧୭/୬ : ସୁବର୍ଣ୍ଣପୁର ଜିଲ୍ଲା ବିନିକା କୃଷି ସମବାୟ ସମିତିରୁ ଧାନ ଉଠୁନଥିବାରୁ ତହସିଲ କାର୍ଯ୍ୟାଳୟରେ ଚାଷୀଙ୍କ ଧାରଣା । ଦୀର୍ଘ ଦିନ ହେବ ଚାଷୀ ଧାନ ମଣ୍ଡିକୁ ଆଣିଥିଲେ ହେଁ ଟାର୍ଗେଟ ନ ଥିବାରୁ ଧାନ ବିକ୍ରି ହୋଇ ପାରୁନାହିଁ । ଏପଟେ ଅନେକ ଚାଷୀଙ୍କ ଟୋକାନ ଲାପ୍ସ ହେବାର ଆଶଙ୍କା ରହିଛି ।
ସୂଚନା ଅନୁସାରେ ବିନିକା ସହର ତଥା ବ୍ଲକ ଅଞ୍ଚଳର ବିଭିନ୍ନ ମଣ୍ଡିରେ ଦୀର୍ଘ ଦିନ ହେବ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି I ଆଜି ଅଧିକାଂଶ ଚାଷୀଙ୍କ ଟୋକାନ ଲାପ୍ସ ହୋଇଯିବ I ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀଙ୍କ ଧାନ ମଣ୍ଡିରେ ଗୋଟିଏ ପରେ ଗୋଟିଏ ବର୍ଷାରେ ଭିଜି ଯାଉଥିବାରୁ ଚିନ୍ତାରେ ପଡ଼ିଯାଇଛନ୍ତି । ଦୀର୍ଘ ୧୦ ଦିନ ହେବ ବିନିକା ମଣ୍ଡିରୁ ଧାନ ଉଠୁନାହିଁ I ଯେଉଁଥି ପାଇଁ ତହସିଲ ଅଫିସରେ ବାଧ୍ୟ ହୋଇ ଧାରଣାରେ ବସିଛନ୍ତି ଚାଷୀମାନେ I ଖବରପାଇ ବିନିକା ତହସିଲ କାର୍ଯ୍ୟାଳୟକୁ ଜିଲ୍ଲା ଯୋଗାଣ ଅଧିକାରୀ ଓ ବିନିକା ତହସିଲଦାର ପହଂଚି ଚାଷୀଙ୍କ ସହ ଆଲୋଚନା କରୁଥିବା ସୂଚନା ମିଳିଛି ।