ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଏକର ପିଛା ଦିଅ ୨୦ ହଜାର, ରାଜସ୍ୱ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

Published By : Rasmita Pradhan | December 27, 2024 2:25 PM

ଅନୁଗୁଳ,୨୭/୧୨ : ଅଦିନିଆ ବର୍ଷା ଦୋହଲାଇ ଦେଇଛି ଚାଷୀର ମେରୁଦଣ୍ଡ । ଅମଳକ୍ଷମ ଧାନ ବିଲରେ ଉଜୁଡ଼ୁଛି । ଗଜା ହେଲାଣି ପାଚିଲା ଧାନ, ଅମଳ ଆଶା ଛାଡ଼ିଲେଣି ଚାଷୀ । ଆଖି ସାମ୍ନାରେ ବର୍ଷକର ପରିଶ୍ରମ ଉଜୁଡ଼ି ଯାଉଥିବା ଦେଖି ଚାଷୀ କାନ୍ଦୁଥିବା ବେଳେ କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ରାଶି ଦେବାକୁ ଦାବି ହୋଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଅଲ୍‌ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଘ ଓ ଚାଷୀ ସୁରକ୍ଷା କମିଟି ଦାବି କରିଛି । ଏ ସଂକ୍ରାନ୍ତରେ ରାଜସ୍ୱ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। 

ଉଦ୍‌ବେଗର ବିଷୟ, ଜିଲ୍ଲାରେ ଏକର ଏକର ଫସଲ ଉଜାଡ଼ି ଦେଇଛି ଅଦିନିଆ ବର୍ଷା । ମାତ୍ର ସରକାରୀ ବାବୁମାନେ ବିଲ ମୁଣ୍ଡକୁ ନ ଯାଇ କୃଷି ବିଭାଗ ଓ ତହସିଲ୍‌ କର୍ତ୍ତୃପକ୍ଷ ଅଫିସ୍‌ରେ ବସି କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରୁଛନ୍ତି । ଜିଲ୍ଲାରେ ଚାଷ ହୋଇଥିବା ଅଧାଅଧି ଧାନ ଅମଳ ହୋଇନାହିଁ । ବିଲରେ କଟାଧାନ ପଡ଼ିଛି । କୃଷି ବିଭାଗ ମାତ୍ର ୫ ପ୍ରତିଶତ ଚାଷ ଅମଳ ପାଇଁ ରହିଥିବା କହୁଛି । ତରବରିଆ ରିପୋର୍ଟ ପ୍ରକାଶ କରି ବର୍ଷାରେ କୌଣସି ଧାନଚାଷ କ୍ଷୟକ୍ଷତି ହୋଇ ନ ଥିବା କୁହାଯାଉଥିବାରୁ ଏହାକୁ ବିରୋଧ କରିଛି ସଙ୍ଗଠନ । ଧାନ ଫସଲ କ୍ଷତି ପାଇଁ ଏକର ପିଛା ୨୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉ। 

ସେହିପରି ପନିପରିବା କ୍ଷତିର ଉପଯୁକ୍ତ କ୍ଷତିପୂରଣ, କୃଷି ଋଣ ଛାଡ଼ କରାଯିବା, ସ୍ୱାମୀନାଥନ କମିଶନ ରିପୋର୍ଟ ଅନୁଯାୟୀ ଏମ୍‌ଏସ୍‌ପି ନିର୍ଦ୍ଧାରଣ, ବନ୍ୟଜନ୍ତୁଙ୍କ ଦ୍ୱାରା ଚାଷ ଉପଦ୍ରବରେ ଅଙ୍କୁଶ ଲଗାଇବା, ଚାଷୀର ଧନଜୀବନ ସୁରକ୍ଷା କରିବା, ଭାଗଚାଷୀଙ୍କୁ ଧାନ ମଣ୍ଡିରେ ଧାନ ବିକ୍ରି ଓ ପ୍ରାକୃତିକ ବିପର୍ଯ୍ୟୟ କ୍ଷତିପୂରଣ ପାଇଁ ପରିଚୟପତ୍ର ପ୍ରଦାନ କରିବାକୁ ଦାବି ହୋଇଛି । ଦାବିପତ୍ର ପ୍ରଦାନ ବେଳେ ସଙ୍ଗଠନର ଜିଲ୍ଲା ସଭାପତି ସୁବାସ ପ୍ରଧାନ, ସଞ୍ଜୟ ସାହୁ, ସୁବାସ ଦେହୁରୀ, ଚାଷୀ ସୁରକ୍ଷା କମିଟିର ସମ୍ପାଦକ ହେମନ୍ତ କୁମାର ଦାସ, ଅଚ୍ୟୁତାନନ୍ଦ ମିଶ୍ର, ବ୍ରଜମୋହନ ସାହୁ, ଦୁର୍ଗାଚରଣ ପ୍ରଧାନ ଉପସ୍ଥିତ ଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.