ବରଗଡ଼,୦୧/୦୯: ଧାନ ବିକ୍ରି ପଞ୍ଜୀକରଣର ଅବଧି ବୃଦ୍ଧି ଦାବିରେ ସଂଯୁକ୍ତ କୃଷକ ସଂଗଠନ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି । ଏନେଇ ଜିଲ୍ଲା ଉପନିବନ୍ଧକ ଅଫିସ ସମ୍ମୁଖରେ ଚାଷୀମାନେ ଧାରଣା ଦେଇଥିଲେ । ତେବେ ଆଲୋଚନା ପାଇଁ କେହି ନଆସିବାରୁ ଅଫିସରେ ତାଲା ମାରି ଧାରଣାରେ ଚାଷୀମାନେ ବସିଛନ୍ତି । ଅଫିସ୍ ଷ୍ଟାଫ ବାହାରେ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଲୋଚନା ପାଇଁ କେହି ଆସିନଥିବାରୁ ପରିସ୍ଥିତି ଅବ୍ୟାହତ ଥିବା ଜଣାପଡିଛି  ।

ତେବେ ସମୟ ଅବଧି ନବଢିଲେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଯୁକ୍ତ କୃଷକ ସଙ୍ଗଠନ ଚେତାବନୀ ଦେଇଛି । ଏହି ଧାରଣାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀମାନେ ସହଯୋଗ କରୁଛନ୍ତି । ଏହି ଧାରଣାରେ ରମେଶ ମହାପାତ୍ର, ନରେନ୍ଦ୍ର ଭୋଇ, ସୁଦାମ ପାତ୍ର, ତପନ ମିଶ୍ର, କାରଣ ସାହୁ, ସୁବାସ ପଧାନ, ସାମନ୍ତ ସାହୁ, ପ୍ରଭାତ ସାହୁ, କୁଞ୍ଜ ପଧାନ, ରୋହିତ ପଧାନ, ସୁବାସ ସାମନ୍ତରାୟ, ଶାନ୍ତନୁ ମାଝୀ, ସୁରେନ ସାହୁ, ରବିଶଙ୍କର ପ୍ରଧାନ, ଡୋଳାମଣି ମେହେର, ଈଶାନ୍ତ ଭୋଇ, ସୁରେଶ ନିକେଣ୍ଟି, ନିରଞ୍ଜନ ପଧାନ, ସୁବାସ ବିଶ୍ୱାଳ, ବୁଦ୍ଧଦେବ ନନ୍ଦ, ପି ପାପାରାଓ, ସଂକ୍ରାନ୍ତି, ଦଶରଥ ଭୋଇ, ଅମୂଲ୍ୟ ସ୍ୱାଇଁ ଏବଂ କୋଶଲ ସେନାର ବୀରବଳ ମହାକୁଡ଼ ଓ ବିକାଶ ଅଗ୍ରୱାଲ ସହଯୋଗ କରୁଛନ୍ତି ।