ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶମ୍ଭୁ ବର୍ଡରରେ ବଢିଲା କୃଷକଙ୍କ ଗହଳି, ଦେଲେ ଦିଲ୍ଲୀ ଚଲୋ ନାରା: ସିମେଣ୍ଟ ପିଲାରରେ ବ୍ୟାରିକେଡ୍ ଲଗାଇଲା ପୋଲିସ

Published By : Harapriya Biswal | December 5, 2024 8:13 PM

ନୂଆଦିଲ୍ଲୀ,୫।୧୨:  ଶମ୍ଭୁ ବର୍ଡରରେ ବହୁ ସଂଖ୍ୟାରେ ଏକାଠି ହୋଇ ଧାରଣାରେ ବସିଛନ୍ତି କୃଷକ। ସେମାନେ ଶୁକ୍ରବାର ମଧ୍ୟାହ୍ନ ୧୨ଟା ବେଳେ ଦିଲ୍ଲୀ ଅଭିମୁଖେ କରିବେ ପଦଯାତ୍ରା। ଏହାର ଦୁଇ ଦିନ ପୂର୍ବରୁ ହିଁ ଅମ୍ବାଲା ପୋଲିସ ଶୁମ୍ଭୁ ବର୍ଡରରେ ୧୪୪ ଧାରା ଲାଗୁ କରିଛି। ଗୁରୁବାର ଶମ୍ଭୁ ବର୍ଡରରେ କୃଷକମାନେ ଏକାଠି ହେବା ଆରମ୍ଭ କରିଛନ୍ତି। ଏହା ଭିତରେ ହରିୟାଣା ପୋଲିସ ଜେସିବି ସାହାଯ୍ୟରେ ସିମେଣ୍ଟର ବଡ ବଡ ପିଲାରରେ ବ୍ୟାରିକେଡିଂ କରିଛି। ଏହା ସହ ନୋଟିସ୍ ମଧ୍ୟ ଲଗାଇଛି। ସରକାର କୃଷକଙ୍କୁ ବାର୍ତ୍ତା ଦେଇଛନ୍ତି, ଦିଲ୍ଲୀରେ ଧାରଣା ଦେବାର ଅନୁମତି ତାଙ୍କୁ ମିଳିନି। ଏଭଳି ସ୍ଥିତିରେ ତାଙ୍କୁ ହରିୟାଣାରେ ମଧ୍ୟ ପ୍ରବେଶ କରିବାକୁ ଦିଆନଯାଉ।

ଶମ୍ଭୁ ବର୍ଡରରେ ଦିଲ୍ଲୀ-ଜଳନ୍ଧର ନ୍ୟାସନାଲ ହାଇଓ୍ବେକୁ ବ୍ଲକ କରିଛନ୍ତି ହରିୟାଣା ପୋଲିସ ଓ ପାରାମିଲିଟାରୀ ଫୋର୍ସର ଯବାନ। ଏହାଛଡା ପୁରା ଅଞ୍ଚଳର ସୁରକ୍ଷାକୁ ମଧ୍ୟ ବଢାଇ ଦିଆଯାଇଛି। ଓ୍ବାଟର କେନନ୍ ସହ ଯବାନଙ୍କ ସଂଖ୍ୟା ବଢାଇ ପଞ୍ଜାବରୁ ହରିୟାଣା ଆଡକୁ ଆସୁଥିବା କୃଷକଙ୍କୁ ରୋକିବାର ବନ୍ଦୋବସ୍ତ କରାଯାଇଛି। ପ୍ରଶାସନ କୃଷକଙ୍କୁ ଅପିଲ କରିଛନ୍ତି,ପ୍ରଦର୍ଶନ ଓ ପଦଯାତ୍ରା ଉପରେ ପୁଣିଥରେ ବିଚାର କରନ୍ତୁ। ପଦଯାତ୍ରା ପାଇଁ ପ୍ରଥମେ ଦିଲ୍ଳୀ ପୋଲିସଙ୍କଠାରୁ ମଞ୍ଜୁରୀ ନେବା ଦରକାର।

ସେପେଟ କୃଷକ ନେତା ସରଭନ ସିଂହ ପଣ୍ଢେର କହିଛନ୍ତି, ଆମକୁ କିଛି ଚିଠି ମିଳିନି, କିନ୍ତୁ ଏଥିରୁ ଜଣାପଡୁଛି ସରକାର ତାଙ୍କୁ ଦିଲ୍ଲୀ ଯିବାକୁ ଦେଉ ନାହାନ୍ତି। ଦିଲ୍ଲୀକୁ ପ୍ରତିଦିନ ଲକ୍ଷାଧିକ ଲୋକ ଯାଇଥାନ୍ତି, ସେମାନେ କ’ଣ ଅନୁମତି ନେଇ ଯାଇଥାନ୍ତି ? ଆମେ ଦିଲ୍ଲୀ ଯିବାକୁ ଅନୁମତି ମାଗିଲୁ, କିନ୍ତୁ ସେମାନେ ଅନୁମତି ଦେଲେନି। ଶୁକ୍ରବାର ୧୦୧ କୃଷକଙ୍କ ଦଳ ପଞ୍ଜାବ-ହରିୟାଣାର ଶମ୍ଭୁ ବର୍ଡରରୁ ଦିଲ୍ଲୀ ଅଭିମୁଖେ ବାହାରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.