କୋକସରା,୦୯/୧୨ : ରବି ଚାଷ ପାଇଁ ମେଗାଲିଫ୍ଟ କେନାଲ ରୁ ଜଳସେଚନ ନେଇ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ଦଣ୍ଡପାଟ ଅଞ୍ଚଳର ଚାଷୀ। ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ଆସନ୍ତା ରବି ଚାଷ ପାଇଁ ଉଠା ଜଳସେଚନ ପ୍ରକଳ୍ପ (ମେଗାଲିଫ୍ଟ କେନାଲ) ରୁ ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ମତେ ଡିଏମ ୧୫ ପର୍ଯ୍ୟନ୍ତ ଜଳସେଚନ ସୁବିଧା ଯୋଗାଇ ଦିଆଯିବା ନେଇ ସୂଚନା ମିଳିଛି। ତେବେ ଡି.ଏମ ୧୭ ପର୍ଯ୍ୟନ୍ତ ଜଳସେଚନ ସମ୍ପ୍ରସାରିତ କରିବାକୁ ଦଣ୍ଡପାଟ ଅଞ୍ଚଳର ଚାଷରଙ୍କ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

୨୦୨୧ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ସହ ଲୋକାର୍ପଣ କରିଥିଲେ। ଏହି ପ୍ରକଳ୍ପ ରୁ ଜଳସେଚନ ସୁବିଧା ପାଇଁ ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଲକ ଅଞ୍ଚଳର ଚାଷୀକୁଳ ଉପକୃତ ସହ ସେମାନଙ୍କର ଆର୍ଥିକ ବୃଦ୍ଧି ଘଟିଛି।ତେବେ ମେଗାଲିଫ୍ଟ କେନାଲରୁ ରବି ଚାଷ ପାଇଁ ୨୨/୨୩ ରେ ଜଳସେଚନ ସୁବିଧା କିଛି ମାତ୍ରାରେ ଚାଷୀଙ୍କୁ ଜଳସେଚନ ସୁବିଧା ଉପଲବ୍ଧ ହୋଇଥିଲା। ଫଳରେ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଥିଲା। ତେବେ ବିଗତ ବର୍ଷ ରେ ମେଗାଲିଫ୍ଟ କେନାଲ ରୁ ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ ବିଭାଗ ଏହାକୁ ପକ୍ଷରୁ ଚାଷୀଙ୍କୁ ଆଗୁଆ ସୂଚନା ଦିଆ ଯାଇନଥିବା ନେଇ ଦ୍ୱନ୍ଦ ରେ ରହିଛନ୍ତି ଚାଷୀ।

ଏନେଇ ବିଜେପିର ଏକ ପ୍ରତିନିଧି ଦଳ ବିଜେପି ରାଜ୍ୟ ଉପ ସଭାପତି ଭବେନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ବିଜେପି ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ରାଧେଶ୍ୟାମ ଗୋପାଳ,ଅମିନ ରଣା, ପ୍ରିୟବ୍ରତ ପଣ୍ଡା,ଟଙ୍କଧର ଧରୁଆ,ଅଖିଳ ଚନ୍ଦ୍ର ଗୋପାଳ, ଗଣେଶ ରାମ ରଣା, ଯଦୁମଣି ରଣା ସମେତ ଦଣ୍ଡପାଟ ଅଞ୍ଚଳ ର ଶତାଧିକ ଚାଷୀ ଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ପ୍ରଦାନ କରିଛନ୍ତି।ରବି ଚାଷ ପାଇଁ ଜଳସେଚନ ସୁବିଧା ଦଣ୍ଡପାଟ ଅଞ୍ଚଳ ର ଡି ଏମ ୧୭ ପର୍ଯ୍ୟନ୍ତ ଯୋଗାଇ ଦେବାକୁ ଦାବି କରିଛନ୍ତି। ଏନେଇ ଉଠା ଜଳସେଚନ ବିଭାଗ କୁସୁମଖୁଣ୍ଟି ଡିଭିଜନ ର ନିର୍ବାହୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ ଙ୍କ ପ୍ରତିକ୍ରିୟା ନେବାରୁ ଚଳିତ ବର୍ଷ ରବି ଚାଷ ପାଇଁ ଡି ଏମ ୧୫ ପର୍ଯ୍ୟନ୍ତ ଜଳସେଚନ ଯୋଗାଇ ଦିଆଯିବା ନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି।