ନୂଆଦିଲ୍ଲୀ,୧୮।୧୧: ଗତ ୯ ମାସ ଧରି କୃଷକମାନେ ଶମ୍ଭୁ ବର୍ଡରରେ ଧାରଣାରେ ବସିଛନ୍ତି । କୃଷକମାନେ ସୋମବାର ଚଣ୍ଡୀଗଡରେ ସାମ୍ବାଦିକ ସମ୍ମିଳନୀ କହି କହିଛନ୍ତି, ୬ ଡିସେମ୍ବରରେ ସେମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। କୃଷକ ନେତା ସରଭନ ସିଂହ ପଣ୍ଢେର ଓ ଜଗଜିତ୍ ସିଂହ ଡଲ୍ଲେଭାଲ ଚେତାବନୀ ଦେଇ କହିଛନ୍ତି, ସେ ୨୬ ନଭେମ୍ବରରେ ଧାରାଣାରେ ବସିବେ। ଯେଉଁ ଦିନ ଖନୋରି ବର୍ଡରେ ସେମାନେ ଧାରଣାରେ ବସିବେ, ସେ ଦିନଠାରୁ ସରକାରଙ୍କୁ ୧୦ ଦିନର ସମୟ ଦିଆଯିବ। ଯଦି କେହି ସମାଧାନର ବାଟ ବାହାର ନକରି, ତେବେ ୬ ଡିସେମ୍ବରରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।
ନେତାମାନେ କହିଛନ୍ତି, କେନ୍ଦ୍ର ସରକାର ଦିଲ୍ଲୀରେ ଆନ୍ଦୋଳନ ଶେଷ କରିବା ସମୟରେ କୃଷକଙ୍କ ଦାବିକୁ ଲିଖିତ ରୂପରେ ସ୍ବୀକାର କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇନି। ସେ କହିଛନ୍ତି, ରାଜ୍ୟ ସରକାର କୃଷକଙ୍କୁ ଆବଶ୍ୟକୀୟ ଡିଏପି ଉପଲବ୍ଧ କରାଇବାରେ ମଧ୍ୟ ବିଫଳ ହୋଇଛନ୍ତି।
ସରଭନ ସିଂହ ପଣ୍ଢେର ଓ ଜଗଜିତ୍ ସିଂହ ଡଲ୍ଲେଓ୍ବାଲ କହିଛନ୍ତି, କୋର୍ଟଙ୍କ ନିର୍ଦେଶ ପରେ ବର୍ଡର ଖୋଲା ଯାଇ ନାହିଁ। ସେ ୯ ମାସ ହେବ ଚୁପ୍ ବସିଛନ୍ତି, ସରକାର କୌଣସି ସମାଧାନର ବାଟ ବାହାର କରିନାହାନ୍ତି। ସେ କହିଛନ୍ତି, ୬ ଡିସେମ୍ବରରେ ଶମ୍ଭୁ ବର୍ଡରରେ କୃଷକ ଏକାଠି ହୋଇ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିବେ। ପଞ୍ଜାବ ହରିୟାଣା ଓ ଅନ୍ୟ ରାଜ୍ୟର କୃଷକ ସଂଗଠନ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିବେ।