ନୂଆଦିଲ୍ଲୀ,୦୫/୧୨: ବିଭିନ୍ନ ଦାବିକୁ ନେଇ ଧାରଣାରେ ଚାଷୀ । ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ପୋଲିସ ୩୪ କୃଷକଙ୍କୁ କରିଛି ଗିରଫ । ତେବେ ଏହି କୃଷକମାନେ ବିନା ଅନୁମତିରେ ଧାରଣାରେ ବସିବା ପାଇଁ ଜିରୋ ପଏଣ୍ଟରୁ ନୋଏଡାର ଦଳିତ ପ୍ରେରଣା ସ୍ଥାନ ଆଡକୁ ବାହାରିଥିଲେ। ଏଥି ସହିତ ଗ୍ରେଟର ନୋଏଡାରେ ସତର୍କତା ଦୃଷ୍ଟିରୁ ସୁରକ୍ଷା କଡାକଡି କରାଯାଇଛି। ଡିସେମ୍ବର ୨ ରେ ନୋଏଡାସ୍ଥିତ ଜାତୀୟ ଦଳିତ ପ୍ରେରଣା ସ୍ଥାନରେ କୃଷକମାନେ ବିରୋଧ କରିଥିଲେ। ଯାହା ପରେ ପୋଲିସ ସେମାନଙ୍କୁ ଅଟକାଇ ଉକ୍ତ ସ୍ଥାନକୁ ଖାଲି କରିଥିଲା।
କୃଷକ ମୋର୍ଚ୍ଚାର ସମସ୍ତ ଚାଷୀ ଦଳିତ ପ୍ରେରଣା ସ୍ଥଳରେ ମଙ୍ଗଳବାର ଦିନ କୃଷକଙ୍କ ଗିରଫ ସହ ସେମାନଙ୍କ ବିଭିନ୍ ଦାବିକୁ ନେଇ ଗ୍ରେଟର ନୋଏଡାର ଜିରୋ ପଏଣ୍ଟରେ ଫ୍ଲାଏ ଓଭର ତଳେ ଧାରଣାରେ ବସିଛନ୍ତି । ବୁଧବାର ରାତିରେ ମଧ୍ୟ କୃଷକମାନେ ଧର୍ମଘଟ କରିଥିଲେ। କୃଷକମାନେ ଦଳିତ ପ୍ରେରଣା ସ୍ଥଳ ଯିବାକୁ ଜିଦ୍ ଧରିଥିବା ବେଳେ ସେଠାରେ ସେମାନେ ବିରୋଧ ପ୍ରଦର୍ଶନ କରିବାକୁ କହୁଛନ୍ତି। ସେହିପରି ନୋଏଡାର ଦଳିତ ପ୍ରେରଣା ସ୍ଥଳରେ ଶାନ୍ତି ଭଙ୍ଗ କରି ଗିରଫ ହୋଇଥିବା କୃଷକ ମୋର୍ଚ୍ଚାର ନେତାମାନଙ୍କୁ ବୁଧବାର ସନ୍ଧ୍ୟାରେ ପୋଲିସ ମୁକ୍ତ କରିଛି। ତେବେ ମଙ୍ଗଳବାର ସନ୍ଧ୍ୟାରେ ପୋଲିସ ପ୍ରାୟ ୧୬୦ଜଣଙ୍କୁ ଗିରଫ କରିଥିଲା। ଯଦିଓ ବହୁ ବୃଦ୍ଧ, ମହିଳା ଏବଂ ଅସୁସ୍ଥ ବ୍ୟକ୍ତିଙ୍କୁ ଜେଲ ଫାଟକ ପଟେ ଛାଡି ଦିଆଯାଇଥିଲା। ପ୍ରକାଶ ଥାଉକି, କୃଷକ ନେତାମାନେ ସେମାନଙ୍କର ବିଭିନ୍ନ ଦାବି ପାଇଁ ବିରୋଧ କରୁଛନ୍ତି । ଜେଲରୁ ମୁକୁଳିବା ପରେ ଯମୁନା ଏକ୍ସପ୍ରେସୱେର ଜିରୋ ପଏଣ୍ଟରେ ଚାଲିଥିବା କିସାନ ପଞ୍ଚାୟତରେ ବହୁ ବିକ୍ଷୋଭକାରୀ ଯୋଗ ଦେଇଥିଲେ ଯେଉଁଠାରେ ସମସ୍ତେ ଏହି ପ୍ରଦର୍ଶନ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ।