ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଧାନ କିଣାକୁ ନେଇ ଚାଷୀ ଅସନ୍ତୋଷ, ରାୟଗଡ଼ା ପ୍ରବେଶ ଉପରେ କଟକଣା

Published By : Harapriya Sethi | June 21, 2025 2:41 PM

ଚନ୍ଦନେଶ୍ୱର,୨୧/୦୬: ଭୋଗରାଇ ବ୍ଲକରେ ରବିଧାନ କିଣାକୁ ନେଇ ବଢୁଛି ଚାଷୀ ଅସନ୍ତୋଷ । ବ୍ଲକରେ ୧୯ ସମବାୟ ସମିତି ଓ ଗୋଟିଏ ଜିପିଏଲଏଫ ମାଧ୍ୟମରେ ସରକାର ଧାନ କିଣୁଛନ୍ତି । ମାତ୍ର ସବୁଠି ଧାନ କିଣାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆସୁଛି । କଟଣି ଛଟଣିକୁ ଚାଷୀ ସହ୍ୟ କରିବା ସହିତ ଟାର୍ଗେଟର ଅଧା ଧାନ ବିକୁଛନ୍ତି । ତଥାପି ମିଲରମାନଙ୍କ ଖାମଖିଆଲ ନୀତି ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଉଛି । ଭୋଗରାଇର ସର୍ବାଧିକ ଧାନ କ୍ରୟ ହେଉଥିବା ଦାହୁଣଦା ସେବା ସମବାୟ ସମିତିରେ ଚାଷୀଙ୍କ ଅସନ୍ତୋଷ ତେଜୁଛି । ଧାନ ବିକ୍ରିକୁ ଆଉ ମାତ୍ର ୧୦ଦିନ ବାକି ଥିବା ବେଳେ ୮୫୯ଜଣ ଚାଷୀ ଏପର୍ଯ୍ୟନ୍ତ ଧାନ ବିକ୍ରି କରି ପାରି ନାହାନ୍ତି । ମିଲରଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । 

ବିବରଣୀରୁ ପ୍ରକାଶ, ଦାହୁଣଦା ସେବା ସମବାୟ ସମିତିରେ ୧୨୮୭ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜିକୃତ କରିଥିଲେ । ୍େୱାନଙ୍କ ମଧ୍ୟରୁ ୧୨୮୪ଜଣଙ୍କୁ ଟୋକନ ମିଳିବା ସହିତ ପାଖାପାଖି ୪୭ ହଜାର କ୍ୱିଣ୍ଟାଲ ଧାନ କ୍ରୟ ଟାର୍ଗେଟ ଥିଲା । ଏଥିପାଇଁ ୧୦ଜଣ ମିଲରଙ୍କୁ ନିଯୁକ୍ତ କରା ଯାଇଥିଲା । ମାତ୍ର ୧୯ ତାରିଖ ସୁଦ୍ଧା ୪୨୫ଜଣ ଚାଷୀଙ୍କ ଠାରୁ ସାଢ଼େ ୧୧ ହଜାର କ୍ୱିଣ୍ଟାଲ ଧାନ କିଣାଯାଇଛି । ଟାର୍ଗେଟ କମ ଥିବାରୁ ଏସଏଲପିସି ଓ ଚାଷୀ କମିଟିର ନିଷ୍ପତ୍ତିକ୍ରମେ ଚାଷୀଙ୍କ ଟୋକନର ୬୦ପ୍ରତିଶତ ଧାନ କିଣା ଯାଉଛି । ପ୍ରତିଦିନ ୧ ହଜାର କ୍ୱିଣ୍ଟାଲ ଧାନ କ୍ରୟ ହେବାର ସରକାରୀ ନିୟମ ରହିଥିବା ବେଳେ ମିଲରମାନେ ଗୋଟିଏ ଗାଡ଼ିରେ ମାତ୍ର ୨୫୦ କ୍ୱିଣ୍ଟାଲ ଧାନ ନେଇ ଚାଲି ଯାଉଛନ୍ତି । ଏବେବି ସମିତି ଅଧୀନରେ ୮୫୯ଜଣ ଚାଷୀ ଧାନ ବିକ୍ରି ପାଇଁ ଅପେକ୍ଷା କରିଛନ୍ତି । 

ଏଭଳି ପରିସ୍ଥିତିରେ ତୁରନ୍ତ ମିଲରମାନେ ପହଞ୍ଚି ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଚାଷୀ କମିଟିର ସଦସ୍ୟ ବନ ବିହାରୀ ଦାସ, ମନ୍ମଥ ମହାନ୍ତି, ମନୋରଞ୍ଜନ ମାଝୀ, ବିଜୟ ଦାସ, ଗୌରାଙ୍ଗ ଦାସ ପ୍ରମୁଖ ଦାବି କରିଛନ୍ତି । ବାଲେଶ୍ୱର ଜିଲ୍ଲାପାଳ ଘଟଣା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀମାନେ ନିବେଦନ କରିଛନ୍ତି । ସମସ୍ତ ଚାଷୀଙ୍କ ଠାରୁ ମିଲର ଧାନ କ୍ରୟ ନକଲେ ସେମାନେ ସମିତି ସମ୍ମୁଖରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.