ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶନିବାର ଏଲ.ଜିଙ୍କୁ ଭେଟିବେ ଫାରୁକ୍ ଅବଦୁଲ୍ଲା, ଜମ୍ମୁ କାଶ୍ମୀରରେ ସରକାର ଗଠନ ପାଇଁ କରିବେ ଦାବି...

Published By : Ladu Kishor | October 11, 2024 7:02 PM

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ବମ୍ପର ବିଜୟ ପରେ ଏବେ ନ୍ୟାସନାଲ କନଫରେନ୍‌ସ ସରକାର ଗଠନ ପାଇଁ ପ୍ରସ୍ତୁତି ହେଉଛି । ଏହାକୁ ନେଇ ଦଳର ସଭାପତି ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, ଆମେ ଏଲ.ଜି ମନୋଜ ସିହ୍ନାଙ୍କ ଠାରୁ ସମୟ ମାଗିବୁ ଏବଂ ଆସନ୍ତାକାଲି (ଶନିବାର) ସମର୍ଥନ ପତ୍ର ନେଇ ଯିବୁ ଏବଂ ସରକାର ଗଠନ କରିବାର ତାରିଖ ମାଗିବୁ।

ଫାରୁକ୍ ଅବଦୁଲ୍ଲା ଆହୁରି କହିଛନ୍ତି ଯେ, ଆମେ ଆମ୍ ଆଦମୀ ପାର୍ଟିର ସମର୍ଥନ ମଧ୍ୟ ପାଇଛୁ । ସମସ୍ତ ବିରୋଧୀ ଦଳ ଆମ ସହିତ ଆସିବା ଉଚିତ୍ । ଆମକୁ ଘୃଣା ସମାପ୍ତ କରିବାକୁ ପଡିବ । ସେ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ହେଉଛି ଦେଶର ମୁକୁଟ, ଯଦି ମୁକୁଟ ଉଜ୍ଜ୍ୱଳ ନହୁଏ ତେବେ ଦେଶ କିପରି ଉଜ୍ଜ୍ୱଳ ହେବ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଅବଦୁଲ୍ଲା ଆହୁରି କହିଛନ୍ତି ଯେ, “ଜମ୍ମୁରେ ମିଥ୍ୟା ପ୍ରଚାର ପ୍ରସାର କରାଯାଇଥିଲା ଯେ ଏଠାରେ ପଥର ଫିଙ୍ଗିବା, ଆତଙ୍କବାଦ ଆରମ୍ଭ ହେବ, କିନ୍ତୁ ସେମାନେ ଦେଖିଲେ ନାହିଁ ଯେ ଆମର ଜମି ଛଡେଇ ନିଆଯାଇଛି, ଆମ ମାନଙ୍କର ଚାକିରି ନାହିଁ, ଆମକୁ ସେମାନଙ୍କ ହୃଦୟରୁ ସେହି ପ୍ରଚାରକୁ ଶେଷ କରିବାକୁ ପଡ଼ିବ । ଆମେ ଶାନ୍ତିରେ ବଞ୍ଚିବାକୁ ଚାହୁଁଛୁ ଯେ କେନ୍ଦ୍ର ଏଠାରେ ରାଜ୍ୟତା ଫେରାଇ ଦେଉ । ଯାହା ଦ୍ବାରା ସରକାର ଏଠାରେ କାର୍ଯ୍ୟ କରିପାରିବେ।

ପାକିସ୍ତାନ ସହ କଥାବାର୍ତ୍ତା ପ୍ରସଙ୍ଗରେ ଫାରୁକ୍ ଅବଦୁଲ୍ଲା କହିଛନ୍ତି, "ଆମେ ଉଭୟ ଦେଶରେ ଶାନ୍ତି ଚାହୁଁଛୁ। ଆମେ ପୁଣିଥରେ SAARC ଆରମ୍ଭ କରିବାକୁ ଏବଂ ଆଲୋଚନା ପ୍ରସଙ୍ଗକୁ ଆଗକୁ ନେବାକୁ ଚାହୁଁଛୁ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.