କୋଲାବିରା;୧୨/୦୧: ପୁଣି ଆସିଲା ଦୁର୍ଘଟଣା ଖବର । ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ପତ୍ରାପାଲି - କେଲେଣ୍ଡାମାଲ ରାସ୍ତାର କେମିକାଲ କାରଖାନା ନିକଟରେ ଅଘଟଣ । ଏକ୍ସେଲକୁ ଧକ୍କାଦେଲା ପଲସର । ପଲସର ଚାଳକ ଜଣକ ବେପରୁଆ ଭାବେ ଦ୍ରୁତ ଗତିରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାରେ ଏକ୍ସେଲ ଚାଳକଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ଲୋକନାଥ କିସାନ (୬୦) l ତାଙ୍କ ଘର ଜୁନା କେଲେଣ୍ଡା ନିକଟସ୍ଥ ସ୍କୁଲପଡ଼ାରେ l ସେ ଗାଡ଼ିରେ କୋଲାବିରା ଆସୁଥିଲେ l ଏହି ସମୟରେ ପତ୍ରାପାଲି ପଟୁ କେଳେଣ୍ଡା ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ଓଡି ୨୩ ଏସ ୭୬୨୦ ନମ୍ୱର୍ ବିଶିଷ୍ଟ ପଲସର୍ ବାଇକ ତାଙ୍କୁ ମୁହାଁ ମୁହିଁ ଧକ୍କା ଦେଇଥିଲା l
ଦୁର୍ଘଟଣା ପରେ ସେ ରାସ୍ତାରେ ପଡ଼ିଥିବାବେଳେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ଦୁର୍ଘଟଣା ପରେ ଫେରାର ହେଉଥିବା ବାଇକ ଚାଳକକୁ ଲୋକେ କାବୁ କରିଥିଲେ । ଯୁବକ ଜଣକ ଏବେ ପୁଲିସ ହେପାଜତରେ ରହିଛନ୍ତି । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।