କୁଜଙ୍ଗ, ୭/୮(ଆପ୍ର); କଟକ-ପାରାଦ୍ୱୀପ ରାଜ୍ୟ ରାଜପଥ କୁଜଙ୍ଗ କୋଠିଆସାହି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାପ-ଝିଅ ଉପରେ ହାଇୱା ମାଡିଯିବାରୁ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଷଣ୍ଢପୁର ଗ୍ରାମର ରାଜକିଶୋର ବିଶ୍ଵାଳ ଓରଫ ବାବୁ ଓ ତାଙ୍କର ୯ ବର୍ଷର ଝିଅ ଲୋରିଆ ।
ରାଜକିଶୋର ଝିଅକୁ ବିଦ୍ୟାଳୟରୁ ଘରକୁ ଆଣି ଆସୁଥିଲେ। ଏହି ସମୟରେ ଏକ ହାଇଓ୍ବା ସେମାନଙ୍କ ଉପରେ ମାଡି ଯାଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଉତ୍ତେଜନା ଦେଖା ଦେଇଥିଲା। ସ୍ଥାନୀୟ ଲୋକମାନେ କଟକ ପାରାଦ୍ୱୀପ ରାଜପଥର କୋଠିଆସାହି ନିକଟରେ ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ କୁଜଙ୍ଗ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।