ଅନୁଗୁଳ,୧୩/୫ : ଜ୍ଵାଇଁ ଆକ୍ରମଣରେ ଶ୍ଵଶୁର ଗୁରୁତର। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ତଳଗଡ଼ ଗ୍ରାମରେ ଏହି ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଥିବା ବୃଦ୍ଧ ଧିର ନାଏକ(୬୫ ବର୍ଷ) ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଅଭିଯୋଗ ମୁତାବକ, ଧିର ନାଏକ ସୋମବାର ଅପରାହ୍ନରେ ତଳଗଡ଼ ସ୍ଥିତ ଝିଅ ଘରକୁ ଯାଇଥିଲେ। ସେଠାରେ କୌଣସି କାରଣକୁ ନେଇ ଧିର ଓ ତାଙ୍କ ଜ୍ୱାଇଁ ମନୋଜ ନାଏକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମନୋଜ ଉତ୍କ୍ଷିପ୍ତ ହୋଇ ଶ୍ଵଶୁରଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଧିର ନାଏକଙ୍କ ମୁଣ୍ଡ ଫାଟିବା ସହିତ ଶକ୍ତ ଆଘାତ ଲାଗିଥିଲା । ସେ ମେଡିକାଲ୍ରେ ଚିକିତ୍ସିତ ହେବା ପରେ ପୁଲିସ୍ର ଦ୍ଵାରସ୍ଥ ହୋଇଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଏହି ଖବରଟିକୁ ପଢନ୍ତୁ-କୋଇଲା ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ୨ ଅଭିଯୁକ୍ତ ଗିରଫ