ମୁମ୍ବାଇ, ୮/ : ଆମକୁ ଟିକେ ମନୋରଞ୍ଜନ କରାଇବା ପାଇଁ କଳାକାରମାନେ କେତେ ଯେ କଷ୍ଟ କରନ୍ତି ତାହା କେବଳ ସେମାନେ ଜାଣନ୍ତି । ଆମ ମୁହଁରେ ହସ ଟିକେ ଫୁଟାଇବା ପାଇଁ ନିଜ ମନର ଦୁଃଖକୁ ମଧ୍ୟ ସେମାନେ ଲୁଚାଇ ଦିଅନ୍ତି । ନିଜର ପିଲାଙ୍କ ମୃତ୍ୟୁକୁ ଦେଖିଥିବା କଳାକାରଙ୍କ ମନରେ କେତେ ଯେ କଷ୍ଟ ଅନୁଭବ ହେଉଥିବ ଭାବିବା ବେଳକୁ ଆଖିରେ ଲୁହ ଚାଲି ଆସୁଛି । କାରଣ ସବୁ ବାପା ମାଆଙ୍କର ସ୍ବପ୍ନ ଥାଏ ଆମ ଶବକୁ ଆମ ଛୁଆ କାନ୍ଧ ଦେବ । ହେଲେ ପିଲାର ଶବର ମୃତ୍ୟୁ ଖବର ଶୁଣିଲେ ଛାତି ଫାଟିପଡ଼େ । ତେବେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ନିଜ ଛୁଆଙ୍କ ମୃତ୍ୟୁର ଖବରକୁ ଛାତିତଳେ ଚାପି ରଖି ଆଗକୁ ବଢ଼ିଛନ୍ତି ।
ଗୋବିନ୍ଦା : ବଲିଉଡର ଜଣାଶୁଣା କଳାକାର ହେଉଛନ୍ତି ଗୋବିନ୍ଦା । ଅନେକ ହିଟ୍ ଫିଲ୍ମରେ ହସାଇ ହସାଇ ବେଦମ କରୁଥିବା ଏହି ନାୟକଙ୍କ ମନରେ ଆସିଥିଲା ଦୁଃଖର ବାଦଲ । ଏକ ଇଣ୍ଟରଭିୟ୍ୟୁ ସମୟରେ ପତ୍ନୀ ସୁନୀତା କହିଥିଲେ କି, ତାଙ୍କ ଗୋଟିଏ ତିନି ମାସର କନ୍ୟାର ମୃତ୍ୟୁ ହୋଇଛି । ଫୁସଫୁସ୍ ସଂକ୍ରମଣରୁ ପ୍ରାଣ ହରାଇଥିଲା ।
କବୀର ବେଦୀ : ପ୍ରଥମ ପତ୍ନୀଙ୍କ ଦୁଇ ସନ୍ତାନ ରହିଥିଲେ । ପୁଅ ସିଦ୍ଧାର୍ଥ ସ୍କିଜୋଫ୍ରେନିଆ ରୋଗରେ ପୀଡ଼ିତ ଥିଲେ । ଏହି ରୋଗରେ ଲଢ଼େଇ କରି ୨୫ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ ।
ଶେଖର ସୁମନ : ଶେଖରଙ୍କ ପୁଅ ଆୟୁଷ ରୋଗରେ ପୀଡ଼ିତ ରହିଥିବାବେଳେ ମାତ୍ର ୧୧ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ । ଏହାପରେ ସେ ନାସ୍ତିକ ହୋଇଯାଇଥିଲେ । ଘରେ ଥିବା ଠାକୁରଙ୍କ ମୂର୍ତ୍ତିକୁ ମଧ୍ୟ ଫୋପାନି ଦେଇଥିଲେ ।
ମୌସୁମୀ ଚାଟାର୍ଜୀ : ଏହି ଅଭିନେତ୍ରୀଙ୍କ ଝିଅ ପାୟଲ ମଧୁମେହରେ ପୀଡିତ ଥିଲେ । ଦୁଇ ବର୍ଷ ଧରି ଏହି ରୋଗ ସହ ଲଢ଼ି ଶେଷରେ ଜୀବନ ହାରିଥିଲେ ।
ପ୍ରକାଶ ରାଜ : ପ୍ରକାଶ ରାଜଙ୍କ ପୁଅ ସିଦ୍ଧୁ ଗୁଡ଼ି ଉଡ଼ାଇବା ସମୟରେ ଛାତରୁ ପଡ଼ି ମୃତ୍ୟୁବରଣ କରିଥିଲେ । ସେତେବେଳେ ତାଙ୍କର ବୟସ ମାତ୍ର ୫ ବର୍ଷ ଥିଲା ।
ଆଶା ଭୋସଲେ : ପୁଅ ସଂଗୀତ ନିର୍ଦେ୍ଦଶକ ହେମନ୍ତଙ୍କ ସ୍କଟଲ୍ୟାଣ୍ଡରେ ମୃତ୍ୟୁ ହୋଇଥିଲା । ଯେଉଁ ଦୁଃଖରୁ ଅନେକ ଦିନ ପର୍ଯ୍ୟନ୍ତ ବାହାରି ପାରିନଥିଲେ ଆଶା ।
ଏହାସହ ପଢ଼ନ୍ତୁ : ପୁଣି ବାବରଙ୍କୁ ବେଜ୍ଜିତ !, ଦୟାକରି ଆମେରିକା ବିପକ୍ଷ ମ୍ୟାଚରେ ପ୍ଲେଇଂ ୧୧ରେ ରଖନି....