ନୂଆଦିଲ୍ଲୀ,୨୧/୦୩: ଏଣିକି ପଶ୍ଚିମବଙ୍ଗ ନାଇଟ୍ ବାର୍ରେ ମଦ ପରସି ପାରିବେ ମହିଳା। ମମତା ବାନାର୍ଜୀ ସରକାର ନୂଆ ବିଧେୟକ ଗୃହୀତ କରି ମହିଳାମାନଙ୍କୁ ବାର୍ରେ କାମ କରିବାର ଅନୁମତି ଦେଇଛନ୍ତି। ବେଙ୍ଗଲ ଅବକାରୀ ଅଧିନିୟମ ୧୯୦୯ରେ ପରିବର୍ତ୍ତନ କରାଯାଇଛି । ଏହି ବିଧେୟକ ଗୃହୀତ ହେବା ପରେ ‘ଅନ୍’ କ୍ୟାଟଗରୀର ମଦ ଦୋକାନମାନଙ୍କରେ ମହିଳାଙ୍କୁ ରୋଜଗାର ଦିଆଯାଇ ପାରିବ। ଭାରତର ଅନେକ ରାଜ୍ୟ ପୂର୍ବରୁ ବାର୍ରେ ମହିଳାଙ୍କୁ କାମ କରିବାର ଅଧିକାର ଦେଇଛନ୍ତି।
ସୂଚନା ମୁତାବକ, ଟିଏମସିର ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାର ରାତ୍ରି ବାର୍ଗୁଡ଼ିକରେ ମହିଳାମାନଙ୍କୁ ନିଯୁକ୍ତି ଦେବା ଉପରେ ୧୧୬ ବର୍ଷର ପୁରୁଣା ନିଷେଧକୁ ହଟାଇବା ପାଇଁ ବିଧାନସଭାରେ ଏକ ବିଲ୍ ଆଗତ କରିଥିଲେ। ଯାହାକୁ ସର୍ବସମ୍ମତିକ୍ରମେ ଗୃହୀତ କରାଯାଇଥିଲା। ବିଧାନସଭା ଦ୍ୱାରା ଗୃହୀତ ପ୍ରସ୍ତାବରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ଆଇନରେ ସଂଶୋଧନ କରିବାର ବ୍ୟବସ୍ଥା କରାଯାଇଛି । ପଶ୍ଚିମବଙ୍ଗ ଅର୍ଥ ବିଲ୍ ୨୦୨୫ ବିଧାନସଭାରେ ରାଜ୍ୟମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ଆଗତ କରାଯାଇଥିଲା।
ଏହା ମଧ୍ୟ ପଢନ୍ତୁ- ଫିଲ୍ମ ‘ଛାବା’ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୌଲାନା, କହିଲେ ଏହା ଦଙ୍ଗାର ମୁଖ୍ୟ କାରଣ…
ବଙ୍ଗଳା ଅବକାରୀ ଅଧିନିୟମର ସଂଶୋଧନ ଆଇନ, ୧୯୦୯ର ମୂଳ ଉଦ୍ଦେଶ୍ୟ ହେଉଛି ON ବର୍ଗର ମଦ ଦୋକାନରେ ମହିଳାମାନଙ୍କ ନିଯୁକ୍ତି ଉପରେ ଥିବା ପ୍ରତିବନ୍ଧକକୁ ହଟାଇବା। କାରଣ ଏପରି ଏକ ବ୍ୟବସ୍ଥା ପକ୍ଷପାତପୂର୍ଣ୍ଣ। ରାଜ୍ୟମନ୍ତ୍ରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ମହିଳାମାନେ ଦୋକାନରେ କାମ କରିପାରିପାରୁ ନ ଥିଲେ। କିନ୍ତୁ ଏବେ ସେମାନଙ୍କୁ ଏହି ସୁଯୋଗ ମିଳିବ। ଆମେ ସମସ୍ତେ ଲିଙ୍ଗଗତ ସମାନତା ବିଷୟରେ କଥା ହେଉ, ତେଣୁ ଆଇନ ସଂଶୋଧନ କରିବାକୁ ନିଷ୍ପତ୍ତି ନେବା ସମୟରେ, ଲିଙ୍ଗଗତ ସମାନତାର ଏହି ଦିଗକୁ ଧ୍ୟାନରେ ରଖାଯାଇଥିଲା।