ଭୁବନେଶ୍ୱର,୧୮/୦୪ : ଭୁବନେଶ୍ୱରରେ ହେବାକୁ ଯାଉଛି ୬୧ତମ ଫେମିନା ମିସ୍ ଇଣ୍ଡିଆର ଗ୍ରାଣ୍ଡ ଫିନାଲେ । ଆଜି ଏହି କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଏଥିରେ ଯୋଗଦେବାକୁ ବଲିଉଡ୍ ର ଅନେକ କଳାକାର ଭୁବନେଶ୍ୱର ଆସୁଛନ୍ତି । ଏହି ସେଲିବ୍ରିଟିଙ୍କ ମଧ୍ୟରେ ବରିଷ୍ଠ ଅଭିନେତ୍ରୀ ଜିନତ୍ ଅମନ୍, ନିର୍ଦ୍ଦେଶକ ମଧୁର ଭଣ୍ଡାରେକର, ଅଭିନେତ୍ରୀ ନେହା ଧୁପିଆ, ଅମଲ ମଲ୍ଲିକ, ସିମରନ୍, ସେଲିନା ଜେଟଲି, ବର୍ତ୍ତିକା ସିଂ ଓ ଦୁତି ଚାନ୍ଦ ପ୍ରମୁଖ ରହିଛନ୍ତି । ସେହିପରି ଅଭିନେତା ଇଶାନ୍ ଖଟ୍ଟର, କଣ୍ଠଶିଳ୍ପୀ ଜୁବିନ୍ ନୌଟିଆଲ ଆସୁଛନ୍ତି ।

​​​​​​​

ଅଭିନେତ୍ରୀ ଲରେନ୍ ଗୌଟଲିବ୍ ଏହି କାର୍ଯ୍ୟକ୍ରମରେ ନିଜ ଜଲୱା ପ୍ରଦର୍ଶନ କରିବେ । ସମାରୋହକୁ ଜଣାଶୁଣା ଅଭିନେତା ମନିଷ ପଲ୍ ଓ ସାରା ଜାନେ ଡିଆସ୍ ପରିଚାଳନା କରିବେ ବୋଲି ଜଣାପଡ଼ିଛି । ଏହି ସମାରୋହରେ ବହୁ ମଡେଲ୍ ବି ଯୋଗଦେବେ ।

ଏହି ଖବରଟିକୁ ପଢନ୍ତୁ- କୋଣାର୍କରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗୀ