ପ୍ରମୂଖ ଖବର
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍

Published By : Prameya | July 27, 2025 9:24 AM

ବାତୁମି, ୨୭/୦୭: ଚଳିତ ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ରେ ଶନିବାର ଦୁଇ ଭାରତୀୟ ଖେଳାଳି ଡବ୍ଲ୍ୟୁଜିଏମ୍‌ କୋନେରୁ ହମ୍ପି ଓ ଆଇଏମ୍‌ ଦିବ୍ୟା ଦେଶମୁଖଙ୍କ ମଧ୍ୟରେ ଫାଇନାଲ ମୁକାବିଲା ଆରମ୍ଭ ହୋଇଛି । ଟ୍ରଫି ଲଢ଼େଇର ପ୍ରଥମ ଗେମ୍‌ (କ୍ଲାସିକାଲ) ଡ୍ର’ ହୋଇଛି । ଫଳରେ ଉଭୟ  ଖେଳାଳି ପଏଣ୍ଟ ଭାଗ କରିଛନ୍ତି । ରବିବାର ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଖେଳାଯିବ । ଯିଏ ଜିତିବ ସିଏ ଚାମ୍ପିଅନ୍‌ ହେବ ।  ଡ୍ର’ ହେଲେ ସୋମବାର ଦିନ ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ ହେବ । 

ପ୍ରଥମ କ୍ଲାସିକାଲ୍‌ ଗେମ୍‌ରେ ଦିବ୍ୟା ଧଳା ଏବଂ ହମ୍ପି କଳା ଗୋଟିରେ ଖେଳିଥିଲେ । ଧଳା ଗୋଟିରେ ଖେଳୁଥିବାରୁ ଦିବ୍ୟାଙ୍କ ପଲା ଭାରି ରହିଥିଲା ।୧୧ତମ ଗୋଟି ଚାଳନା ବେଳକୁ ସେ ଦୃଢ଼ ସ୍ଥିତିରେ ରହିଥିଲେ । ମାତ୍ର ହମ୍ପି ଚତୁରତାର ସହ ଖେଳି ପ୍ରତ୍ୟାବର୍ତ୍ତନ କରିଥିଲେ । ୨୯ତମ ଗୋଟି ଚାଳନା ସୁଦ୍ଧା ମ୍ୟାଚ୍‌  ଡ୍ର’ ହେବା ନିଶ୍ଚିତ ଜଣାପଡ଼ୁଥିଲା । ମାତ୍ର ଦିବ୍ୟା ଖେଳ ଜାରି  ରଖିବାକୁ ନିଷ୍ପତ୍ତି ନେଇଥିଲେ । ୩୪ତମ ଗୋଟି ଚାଳନାରେ  ହମ୍ପି ଏକ ତ୍ରୁଟି କରିଥିଲେ ଏବଂ ଦିବ୍ୟାଙ୍କ ବିଜୟ ଆଶା ଉଜ୍ଜ୍ୱଳ  ରହିଥିଲା । ଶେଷରେ ୪୨ଟି ଗୋଟି ଚାଳନ ପରେ ଉଭୟ ପଏଣ୍ଟ  ଭାଗ କରିଥିଲେ । ଅନ୍ୟ ପଟରେ ଚୀନ ଡବ୍ଲ୍ୟୁଜିଏମ୍‌ ଲି’ ଟିଙ୍ଗ୍‌ଜି  ଓ ଟାନ୍‌ ଝୋନଗୀଙ୍କ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ଲଢ଼େଇର  ପ୍ରଥମ ଗେମ୍‌ ମଧ୍ୟ ଡ୍ର’ ହୋଇଛି । ଉଭୟ ପଏଣ୍ଟ ଭାଗ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.