ନୂଆଦିଲ୍ଲୀ,୦୯/୦୭ ଆମେରିକା, ମେକ୍ସିକୋ ଓ କାନାଡ଼ା ଏଥର ଫିଫା ବିଶ୍ୱକପ୍ ଇତିହାସରେ ସର୍ବବୃହତ ସଂସ୍କରଣ ଆୟୋଜନ କରିଛନ୍ତି । ମୋଟ୍ ୪୮ଟି ଦଳ ଏଥର ଭାଗ ନେଇଥିଲେ । ପ୍ରି-କ୍ୱାର୍ଟର ପର୍ଯ୍ୟାୟ ଶେଷ ସୁଦ୍ଧା ୪୦ଟି ଦଳ ବିଦାୟ ନେଇ ସାରିଛନ୍ତି । ଏବେ ୮ଟି ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୩ ଆୟୋଜକ ଦଳ ମଧ୍ୟରୁ କେହି ବି କ୍ୱାର୍ଟରରେ ନାହାନ୍ତି ।

ପ୍ରଥମେ କାନାଡ଼ା ବିଦାୟ ନେଇଥିଲା । ଦଳ ୦-୩ ଗୋଲରେ ମରକ୍କୋ ଠାରୁ ପରାଜିତ ହୋଇଥିଲା । ଏହାପରେ ମେକ୍ସିକୋର ଅଭିଯାନ ଶେଷ ହୋଇଥିଲା । ଇଂଲଣ୍ଡ ୩-୨ ଗୋଲରେ ଆୟୋଜକ ଦଳକୁ ହରାଇଥିଲା। ଶେଷ ଆୟୋଜକ ଦଳ ଭାବେ ଯୁକ୍ତରାଷ୍ଟ୍ର ଆମେରିକା ଦଳ ବେଲଜିୟମ ଠାରୁ ୪-୧ ଗୋଲରେ ପରାସ୍ତ ହୋଇଥିଲା ।

ଅଧିକ ପଢ଼ନ୍ତୁ :-  Argentina vs Egypt: ୧୩ ମିନିଟ୍ରେ ବଦଳିଲା ଭାଗ୍ୟ... ପରାଜୟ ମୁହଁରୁ ଫେରିଲା ଆର୍ଜେଣ୍ଟିନା, ଇଜିପ୍ଟକୁ ହାରାଇ କ୍ୱାର୍ଟରରେ

କ୍ୱାର୍ଟର ଫାଇନାଲର ପ୍ରଥମ ମ୍ୟାଚ ଫ୍ରାନ୍ସ-ମରକ୍କୋ, ଦ୍ୱିତୀୟ ମ୍ୟାଚ ସ୍ପେନ-ବେଲଜିୟମ, ତୃତୀୟ ମ୍ୟାଚ ନରୱେ-ଇଂଲଣ୍ଡ ଏବଂ ଅନ୍ତିମ ମ୍ୟାଚ ଆର୍ଜେଣ୍ଟିନା-ସ୍ୱିଜରଲାଣ୍ଡ ଖେଳିବେ । ଆସନ୍ତା ୧୧ ତାରିଖରେ କ୍ୱାର୍ଟର ଶେଷ ହେବ । ୧୪ ଓ ୧୫ ତାରିଖରେ ସେମି ଫାଇନାଲ ଖେଳାଯିବ ।