ହରଭଙ୍ଗା, ୨୨।୧୧ : ରାଜ୍ୟସ୍ତରୀୟ ମା’ ଭୈରବୀ ମହୋତ୍ସବର ଶନିବାର ଥିଲା ପଞ୍ଚମ ସନ୍ଧ୍ୟା । ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ, ବୌଦ୍ଧ ଜିଲ୍ଲା ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ, ଜିଲ୍ଲା ଶିକ୍ଷା ଅଧିକାରୀ ଟେମ ଲାଲ ଦୁବେ, ସର୍ବ ଭାରତୀୟ ବନ ଅଧିକାରୀ ମହାସଂଘ ର ସାଧାରଣ ସମ୍ପାଦକ ଜଗବନ୍ଧୁ ପାତ୍ର ଯୋଗ ଦେଇଥିଲେ। ମଂଚାସୀନ ଅତିଥି ଙ୍କୁ ଆବାହକ ସୁକାନ୍ତ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ସତୀଶ ବେହେରା, ସମ୍ପାଦକ ଅଶୋକ କୁମାର ସେଠି, ଉପ ସଭାପତି ଅକ୍ରୁର ସେଠି ମହୋତ୍ସବ କମିଟି ପକ୍ଷରୁ ସ୍ୱାଗତ, ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l
ପଞ୍ଚମ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ମହୋତ୍ସବ ମଣ୍ଡପରେ ୟୁପି ସ୍କୁଲ ଧଳପୁର, ପୁନମ ଡ୍ୟାନ୍ସ ଗ୍ରୁପ ପୁରୁଣାକଟକ, ହାଇସ୍କୁଲ କରଞ୍ଜକଟା -ସମ୍ବଲପୁରୀ,ବଜାଶାଲ -ବଲାଙ୍ଗୀର ନୃତ୍ୟ ଗୀତ ପରିବେଷଣ କରିଥିଲେ।ଅଞ୍ଚଳର ବିଶିଷ୍ଟ ଶଗଡ଼ ଗାଡିର କଣ୍ଠ ଶିଳ୍ପୀ ଶ୍ରସନ୍ନl ଜିତଙ୍କ ଭୈରବୀ ମା’ ଙ୍କ ଗୀତ ସହିତ ପଶ୍ଚିମ ଓଡିଶା ର ଜଣାଶୁଣା କଣ୍ଠ ଶିଳ୍ପୀ ଆଶିଷ କୁମ୍ଭାର ଓ ହିମାନି ହଂସରାଜ ଗ୍ରୁପ ମେଲୋଡି ପରିବେଷଣ କରିଥିଲେ।