ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଆତଙ୍କବାଦ ବିରୋଧୀ ଲଢେଇ : ଭାରତକୁ ଋଷ, ପାକ୍‌କୁ ଚୀନର ସମର୍ଥନ

Published By : Prameya | May 6, 2025 11:28 AM

ନୂଆଦିଲ୍ଲୀ, ୦୬/୦୬ : ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ବିଶ୍ୱବ୍ୟାପୀ ପାକିସ୍ତାନକୁ ସମାଲୋଚନା କରାଯାଉଛି। ଆତଙ୍କବାଦ ବିରୋଧରେ ଲଢ଼ୁଥିବା ଭାରତକୁ ସମର୍ଥନ ମିଳିବାରେ ଲାଗିଛି। ଏହି କ୍ରମରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ କରି ପହଲଗାମ୍‌ ହମ୍‌ଲା ବାବଦରେ କଥା ହୋଇଛନ୍ତି। ଆତଙ୍କୀ ହମ୍‌ଲାକୁ ସେ ଦୃଢ଼ ନିନ୍ଦା କରିବା ସହ ଭାରତକୁ ଋଷର ପୂର୍ଣ୍ଣ ସମର୍ଥନ ମିଳିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ‘ଏକ୍ସ’ରେ ଏ ନେଇ ସୂଚନା ଦେଇ କହିଛନ୍ତି, ରାଷ୍ଟ୍ରପତି ପୁଟିନ୍‌ ପହଲଗାମ୍‌ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଭାରତକୁ ପୂର୍ଣ୍ଣ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆକ୍ରମଣକାରୀ ଏବଂ ସେମାନଙ୍କ ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ ଆଇନର କାଠଗଡ଼ାକୁ ଆଣିବା ଉପରେ ସେ ଜୋର ଦେଇଛନ୍ତି । 

ଏହାବ୍ୟତୀତ ସ୍ୱତନ୍ତ୍ର ଓ ବିଶେଷାଧିକାର ପ୍ରାପ୍ତ ରଣନୈତିକ ସହଯୋଗିତାକୁ ଅଧିକ ସୁଦୃଢ଼ କରିବା ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଅବସରରେ ଋଷର ୮୦ତମ ବିଜୟ ଦିବସ ପାଇଁ ପୁଟିନ୍‌ଙ୍କୁ ମୋଦି ଶୁଭେଚ୍ଛା ଜଣାଇବା ସହିତ ଚଳିତବର୍ଷ ଶେଷଭାଗରେ ଭାରତରେ ହେବାକୁ ଥିବା ବାର୍ଷିକ ସମ୍ମିଳନୀରେ ସାମିଲ ହେବା ଲାଗି ନିମନ୍ତ୍ରଣ କରିଥିଲେ । ପୁଟିନ୍‌ ମଧ୍ୟ ଏହି ନିମନ୍ତ୍ରଣକୁ ସ୍ୱୀକାର କରିଥିବା ଋଷ ଗଣମାଧ୍ୟମରୁ ଜଣାପଡ଼ିଛି । 

ଉଲ୍ଲେଖଯୋଗ୍ୟ, ପହଲଗାମ୍‌ ଆକ୍ରମଣକୁ ନେଇ ପାକିସ୍ତାନ ସହ ବିବାଦ ବଢ଼ିବା କାରଣରୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଋଷ ଗସ୍ତକୁ ବାତିଲ ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ରୁଷ୍‌ର ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ କଥା ହୋଇ ପହଲଗାମ୍‌ ଆକ୍ରମଣକୁ ନେଇ ବଢ଼ିଥିବା ବିବାଦ ସଂକ୍ରାନ୍ତରେ ଅବଗତ କରାଇଥିଲେ । ଜମ୍ମୁକାଶ୍ମୀରର ପହଲଗାମ୍‌ରେ ଏପ୍ରିଲ ୨୨ରେ ଆତଙ୍କୀଙ୍କ ଗୁଳିମାଡ଼ରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା । ୨୦୧୯ର ପୁଲୱାମା ଆକ୍ରମଣ ପରେ ଏହା ସବୁଠୁ ବଡ଼ ଆତଙ୍କୀ ହମ୍‌ଲା ଥିଲା । ଏହି ଘଟଣା ପାଇଁ ଲସ୍କରଏ-ତଇବା ଆତଙ୍କୀ ସଂଗଠନର ଶାଖା ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍‌ଏଫ୍‌) ନିଜକୁ ଦାୟୀ କରିଥିଲା ।

ଏହି ଖବରଟିକୁ ପଢନ୍ତୁ- ପହଲଗାମ ପ୍ରତିଶୋଧ ପ୍ରସ୍ତୁତି ; ପାକିସ୍ତାନକୁ ଘାରିଲା ଯୁଦ୍ଧ ଭୟ, LoCରେ ଆକ୍ରମଣ କରିପାରେ ଭାରତ, କହିଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.