ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ

Published By : Prameya | February 15, 2025 9:47 AM

ଭୁବନେଶ୍ୱର,୧୫/୦୨୦: ବର୍ଷକ ପରେ ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ ଦର୍ଶକ। ଏଥର ଏକା ସଙ୍ଗରେ ଦେଖିବେ ଭାରତୀୟ ପୁରୁଷ ଓ ମହିଳା ଦଳର ଖେଳ । ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌  ୨୦୨୪-୨୫ ଶନିବାରଠୁ କଳିଙ୍ଗରେ  ଆରମ୍ଭ ହେଉଛି । ପ୍ରଥମ ଦିବସରେ ୩ଟି ମ୍ୟାଚ୍‌ ଖେଳାଯିବ । ଘରୋଇ ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ । ସେମିତି ଏହି ଦୁଇ ମ୍ୟାଚ୍‌ ପୂର୍ବରୁ ଜର୍ମାନୀ ଓ ସ୍ପେନ ମଧ୍ୟରେ ମହିଳା ଲିଗର ଏକ ମ୍ୟାଚ୍‌ ଖେଳାଯିବ । 

ଘରୋଇ ଭେନ୍ୟୁରେ ଭାରତ ପ୍ରୋ ଲିଗ୍‌ ସିଜନ ଆରମ୍ଭ କରିବାକୁ ଯାଉଛି । ନୂଆ ବର୍ଷରେ ଉଭୟ ଦଳ ନୂଆ ଅଭିଯାନଆରମ୍ଭ କରିବେ । ମହିଳା ଦଳ ଅଧିନାୟିକା ସଲିମା ଟେଟେ କହିଛନ୍ତି, ‘ଘରୋଇ  ପରିବେଶ ଏବଂ ଘରୋଇ ପ୍ରଶଂସକଙ୍କ  ସାମ୍ନାରେ ଆମେ ଶ୍ରେଷ୍ଠ ପ୍ରଦର୍ଶନକୁ ଦେବାକୁ ପ୍ରୟାସ କରିବୁ । ସବୁ ଦଳକୁ  ଆମେ ସମାନ ଭାବେ ଦେଖି ଥାଉ ଏବଂ ସେହି ଅନୁସାରେ ପ୍ରସ୍ତୁତ ହେଉ ।’ 

ଭାରତୀୟ ପୁରୁଷ ଅଧିନାୟକ  ହର୍ମନପ୍ରୀତ ସିଂହ କହିଛନ୍ତି, ‘କଳିଙ୍ଗ  ଷ୍ଟାଡିୟମ ଆମର ଘରୋଇ ଭେନ୍ୟୁ । ସର୍ବଦା ଏଠାରେ ଖେଳିବାକୁ ଭଲ  ଲାଗେ । ଏଚ୍‌ଆଇଏଲ୍‌ ପରେ ଆମକୁ  ଯେତିକି ସମୟ ମିଳିଛି, ଆମେ  ପ୍ରସ୍ତୁତ ହୋଇଛୁ । ଦଳରେ ଯୁବ ଓ ବରିଷ୍ଠ ଖେଳାଳିଙ୍କ ସନ୍ତୁଳନ ରହିଛି । ଦଳ ସ୍ପେନ  ବିପକ୍ଷରେ ସିଜନର ପ୍ରଥମ ମ୍ୟାଚ୍‌ରେ  ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ।’  

ହକିପ୍ରେମୀ ଉତ୍ସାହିତ, ସନ୍ଧ୍ୟାରେ ନେବେ ଖେଳର ରୋମାଞ୍ଚ । ଏଥର ଦର୍ଶକଙ୍କ ପାଇଁ କୌଣସି ଟିକେଟ୍‌ ବ୍ୟବସ୍ଥା ନାହିଁ । ୧୬ ହଜାର ଦର୍ଶକ ବସି ଷ୍ଟାଡିୟମରେ ମ୍ୟାଚ୍‌ ଦେଖିବାର ସୁବିଧା ରହିଛି । 

ଭାରତୀୟ ପୁରୁଷ ଓ ମହିଳା ଦଳ  ଏ ପର୍ଯ୍ୟନ୍ତ ପ୍ରୋ ଲିଗରେ ସିଜନ ଆରମ୍ଭ କରି ନାହାନ୍ତି । ମହିଳା ବର୍ଗରେ ଚୀନ ୮ଟି  ମ୍ୟାଚ୍‌ ଖେଳି ସର୍ବାଧିକ ୧୬ ପଏଣ୍ଟ ସହ  ଟେବୁଲରେ ଶୀର୍ଷରେ ରହିଛି । ସେହିପରି ପୁରୁଷ ବର୍ଗରେ ନେଦରଲାଣ୍ଡସ ୮ଟି ମ୍ୟାଚ୍‌ ଖେଳି ୧୪  ପଏଣ୍ଟ ସହ ଟେବୁଲରେ ପ୍ରଥମ ସ୍ଥାନରେ ଅଛି । ପୂର୍ବ ସଂସ୍କରଣରେ ମହିଳା ଦଳ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ୧୬ଟି ମ୍ୟାଚ୍‌ ଖେଳି ମାତ୍ର ୮ ପଏଣ୍ଟ ସହ  ଟେବୁଲରେ ଅଷ୍ଟମ ସ୍ଥାନରେ ରହିଥିଲା ।  

ସେହିପରି ପୁରୁଷ ଦଳ ୧୬ଟି ମ୍ୟାଚ୍‌ରୁ ୨୪  ପଏଣ୍ଟ ପାଇ ସପ୍ତମ ସ୍ଥାନ ହାସଲ କରିଥିଲା ।  କିନ୍ତୁ ଏହାପରେ ଦଳ ଅଲିମ୍ପିକ୍ସରେ ପଦକ ଦୋହରାଇବାରେ ସଫଳ ହୋଇଥିଲା । ଏଥର କିନ୍ତୁ ଉଭୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ  କରି ପଏଣ୍ଟ ଟେବୁଲରେ ଶୀର୍ଷରେ  ରହି ସିଧାସଳଖ ଅଲିମ୍ପିକ୍ସ ଟିକେଟ୍‌  ହାସଲ କରିଥିବାକୁ ଲକ୍ଷ୍ୟ ରଖିଛନ୍ତି ।

କିଏ ସେହି ଖେଳାଳି ? ଯାହାଙ୍କ ପାଇଁ ବଦଳିଲା ବ୍ୟାଗେଜ ନିୟମ; ଲକ୍ଷାଧିକ କ୍ଷତି ସହିଥିଲା ବିସିସିଆଇ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.