ପ୍ରମୂଖ ଖବର
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଦେଇ କ୍ଷମା ମାଗିଲେ ଅନୁରାଗ କଶ୍ୟପ, କହିଲେ-‘ନିଜ ମର୍ଯ୍ୟାଦା ଭୁଲିଯାଇଥିଲି’

Published By : Prameya | April 23, 2025 8:40 AM

ମୁମ୍ବାଇ ୨୩/୦୪: ସୋସିଆଲ ମିଡିଆ ବିତର୍କରେ ବ୍ରାହ୍ମଣ ସମାଜ ଉପରେ ଅପମାନଜନକ ଟିପ୍ପଣୀ ଦେବା ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହାକୁ ନେଇ ବିବାଦ ବଢ଼ିବା ପରେ ତାଙ୍କୁ ଶେଷରେ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିଛି । ସେ କ୍ଷମା ମାଗିବା ସହ ଭବିଷ୍ୟତରେ ଆଉ ଏଭଳି ଶବ୍ଦ କଦାପି ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତି ।

ଉଲ୍ଲେଖଥାଉ କି ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ସହ ଥିବା ବିବାଦକୁ ନେଇ ଅନୁରାଗ କଶ୍ୟପ ବ୍ରାହ୍ମଣମାନଙ୍କ ବାବଦରେ ଅପମାନଜନକ କଥା କହିଥିଲେ । ତାଙ୍କ ବୟାନ ପରେ ଦିଲ୍ଲୀ, ମୁମ୍ବାଇ, ଇନ୍ଦୋର ଓ ଜୟପୁର ସମେତ ଅନେକ ସହରରେ ଅଭିଯୋଗ ହୋଇଥିଲା । ଏ ନେଇ ଅନୁରାଗ କ୍ଷମା ମାଗିବା ସହ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି, ମୁଁ ରାଗରେ କାହାକୁ ଜବାବ ଦେବାକୁ ଯାଇ ନିଜ ମର୍ଯ୍ୟାଦା ଭୁଲିଯାଇଥିଲି ଏବଂ ସମଗ୍ର ବ୍ରାହ୍ମଣ ସମାଜ ବିରୋଧରେ ଟିପ୍ପଣୀ ଦେଇଥିଲି । ଏହି ସମାଜର ତମାମ ଲୋକମାନେ ମୋ ଜୀବନରେ ଅଛନ୍ତି ଏବଂ ଆଜି ବି ଯୋଗଦାନ ଦେଉଛନ୍ତି । ଆଜି ମୋ ଯୋଗୁ ସେମାନେ ଆଘାତପ୍ରାପ୍ତ ହୋଇଛନ୍ତି । ଏଥିପାଇଁ ହୃଦୟରୁ କ୍ଷମା ମାଗୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.