ଭୁବନେଶ୍ୱର,୧୦/୧୦: ଜମି ଦେବା ନାଁରେ ଠକେଇ କରି ଗିରଫ ହୋଇଛନ୍ତି ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା । ଏକାଧିକ ଲୋକଙ୍କୁ ଜମି ଓ ଘର ଦେବାକୁ କହି ନେଇଥିଲେ ଲକ୍ଷ ଲକ୍ଷ ଟଙ୍କା । ଟଙ୍କା ନେବାପରେ ଆଉ ଧରାଛୁଆଁ ଦେଉନଥିଲେ ନିରଞ୍ଜନ । ଗିରଫ ହେବା ପରେ ଟଙ୍କା ଏବଂ ଗାଡ଼ି ଜବତ କଲା ପୋଲିସ ।
ସୂଚନା ମୁତାବକ, ଜମି ଏବଂ ଘର ଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା । ଟଙ୍କା ନେଇ ଆଉ ଧରାଛୁଆଁ ଦେଉନଥିଲେ । ଏନେଇ ତାଙ୍କ ନାଁରେ ବାଲିଅନ୍ତା ଥାନାରେ ଠକେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ନିରଞ୍ଜନ ରଣାଙ୍କୁ ଗିରଫ କରିଥିଲା । ଗିରଫ ହେବା ପରେ ତାଙ୍କ ପାଖରୁ ଟଙ୍କା ଏବଂ ଏକ ଗାଡି ଜବତ କରିଛି ପୋଲିସ ।ଅଭିଯୁକ୍ତ ନିରଞ୍ଜନକୁ ଗିରଫ କରି ଥାନାରେ ପଚରାଉଚରା କରୁଛି ପୋଲିସ ।