ନୂଆଦିଲ୍ଲୀ,୦୬/୦୨: ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହାର କର୍ମଚାରୀମାନଙ୍କୁ ଅଫିସ୍‌ କାର୍ଯ୍ୟରେ ଚାଟ୍‌  ଜିପିଟି ଏବଂ ଡିପ୍‌ସିକ୍‌ ଭଳି ଏଆଇ ଟୁଲ୍‌ର ବ୍ୟବହାର ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ସରକାରଙ୍କ କହିବାନୁସାରେ, ଏଭଳି ଏଆଇ ଟୁଲ୍‌  ସରକାରୀ ଦସ୍ତାବିଜ ଏବଂ ଡାଟା ଗୋପନୀୟତା  ପାଇଁ ବିପଦ । ମନ୍ତ୍ରାଳୟର ଆଭ୍ୟନ୍ତରୀଣ ବିଭାଗ  ପକ୍ଷରୁ ଜାରି ଆଡ୍‌ଭାଇଜରୀରୁ ଏହି ସୂଚନା  ମିଳିଛି । 

ପ୍ରକାଶଯୋଗ୍ୟ, ଅଷ୍ଟ୍ରେଲିଆ ଏବଂ ଇଟାଲି  ଭଳି ଦେଶ ବି ଡାଟା ସୁରକ୍ଷା ରିସ୍କ୍‌ଗୁଡ଼ିକୁ ଦୃଷ୍ଟିରେ  ରଖି ଡିପ୍‌ସିକ୍‌ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଏହି ଆଡ୍‌ଭାଇଜରୀର ରିପୋର୍ଟ  ମଙ୍ଗଳବାର ସୋସିଆଲ ମିଡିଆରେ ସାମ୍ନାକୁ  ଆସିଛି । ଜାନୁଆରୀ ୨୯ରେ ମନ୍ତ୍ରାଳୟ ପକ୍ଷରୁ ଜାରି ଆଡ୍‌ଭାଇଜରୀରେ କୁହାଯାଇଛି  ଯେ, ମନ୍ତ୍ରାଳୟର ଅଫିସ୍‌ କମ୍ପ୍ୟୁଟର ଏବଂ  ଡିଭାଇସ୍‌ରେ ଏଆଇ ଟୁଲ୍ସ ଏବଂ ଏଆଇ ଆପ୍‌(ଯେପରି ଚାଟ୍‌ଜିପିଟି, ଡିପ୍‌ସିକ୍‌)ର  ବ୍ୟବହାର ହେବ ନାହିଁ ।