ପୁରୀ,୫।୬ : ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫରୁ ମେ ମାସରେ ବିଭିନ୍ନ ଯାନବାହନ ଯାଞ୍ଚ କରାଯାଇଛି। ୧୩୬ ଟି ଇ-ରିକ୍ସା, ଅଟୋ-ରିକ୍ସାକୁ ଚାଲାଣ କରାଯାଇଛି। ୩୧ଟି ଗାଡିକୁ ଅଟକ ରଖାଯାଇଥିଲା। ଏ ବାବଦକୁ ୧୨,୬୨, ୦୦୦ ଜରିମାନା ଆଦାୟ କରାଯାଇଛି ବୋଲି ସୂଚନା ଦିଆଯାଇଛି।
ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ବିଭିନ୍ନ ଛକ ମାନଙ୍କରେ ଯାନବାହନ ଯାଞ୍ଚ କରାଯାଇଥିଲା। ମଦ୍ୟପାନ, ଓ଼ଭରଲୋଡ ଓ ବିନା ହେଲମେଟରେ ଗାଡି ଚଳାଇବା ଯାଞ୍ଚ କରି ଜରିମାନା ଆଦାୟ କରାଯାଇଥିଲା। ଆଗାମୀ ଦିନ ମାନଙ୍କରେ ଚେକିଂ ଆହୁରି କଡାକଡି କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ କହିଛନ୍ତି।