ନୂଆଦିଲ୍ଲୀ,୦୩/୦୨: ଉତ୍ତର ପ୍ରଦେଶର  ରାଜଧାନୀ ଲକ୍ଷ୍ନୌ ଅନ୍ତର୍ଗତ ଗୋମତି ନଗର ଥାନାରେ ବଲିଉଡ ଅଭିନେତା ଆଲୋକ ନାଥ, ଶ୍ରେୟାସ ତଲପଡ଼େ ଏବଂ ଏକ କ୍ରେଡିଟ କୋଅପରେଟିଭ  ସୋସାଇଟିର ୫ ଜଣ ସଦସ୍ୟଙ୍କ ବିରୋଧରେ  ଏଫ୍‌ଆଇଆର୍‌ ରୁଜୁ ହୋଇଛି । ଏହି ୭ ଜଣ ୪୫  ନିବେଶକଙ୍କର ୯.୧୨ କୋଟି ଟଙ୍କା ଠକିନେଇଥିବା  ଏଫ୍‌ଆଇଆର୍‌ରେ ଦର୍ଶାଯାଇଛି । ଆଉ ଏକ ସମାନ  ବହୁସ୍ତରୀୟ ମାର୍କେଟିଂ ସ୍କାମ୍‌ରେ ଏମାନଙ୍କ ବିରୋଧରେ  ହରିୟାଣାର ସୋନିପତରେ ବି ମାମଲା ରୁଜୁ ହୋଇଛି । 

ଏକ ସମବାୟ ସଂସ୍ଥା ସହ ଏହି ମାମଲା ଜଡ଼ିତ । ସଂସ୍ଥା  ଲୋକଙ୍କଠାରୁ ୬ ବର୍ଷ ଧରି ଟଙ୍କା ସଂଗ୍ରହ କରିବା  ପରେ ଅଚାନକ ଉଭାନ ହୋଇଯାଇଥିଲା । ଲୋକେ ସେମାନଙ୍କ ଟଙ୍କା ମାଗିବାରୁ ନିର୍ଦ୍ଦେଶକମାନେ ଫେରାର  ହୋଇଯାଇଥିଲେ । ଉଭୟ ଅଭିନେତା ସଂସ୍ଥାର ଉକ୍ତ ନିବେଶ ସ୍କିମ୍‌ ପାଇଁ ପ୍ରଚାର କରିଥିଲେ । ଏହାଛଡ଼ା ସଂସ୍ଥାର ଏକ କାର୍ଯ୍ୟକ୍ରମରେ ଅଭିନେତା ସୋନୁ ସୁଦ  ବି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।