ଭୁବନେଶ୍ବର, ୩।୨ : ଆଇଗଣିଆ ଆଳୁ ଗଦି ନିକଟରେ ଥିବା ଲାଇଟ୍ ସାଉଣ୍ଡ ଗୋଦାମରେ ଅଗ୍ନିକାଣ୍ଡ।  ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଆଇଗଣିଆ ସ୍ଥିତ ଆଳୁ ଗଦି ନିକଟରେ ଥିବା ଏକ ଦୁଇ ମହଲା କୋଠା ବିଶିଷ୍ଟ  ଲାଇଟ୍ ଆଣ୍ଡ ସାଉଣ୍ଡ ଗୋଦାମରେ  ସୋମବାର ସନ୍ଧ୍ୟା‌ରେ ନିଆଁ  ଲାଗି ଯାଇଥିଲା। ହୁତୁ ହୁତୁ ହୋଇ ନିଆଁ ଜଳିଥିଲା। ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ନିଆଁକୁ ଆୟତ୍ତ କରିବା ପାଇଁ ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର  ଷ୍ଟ୍ରାଇକିଂ ଫୋର୍ସ ନିୟୋଜିତ ହୋଇଥିଲେ। ଗୋଦାମରେ କିପରି ନିଆଁ ଲାଗିଲା ତାହାର କାରଣ  ଜଣାପଡି ନାହିଁ।