ଭୁବନେଶ୍ବର,୦୯/୦୨: ଜଗତସିଂହପୁର ଦୁର୍ଗା ବଜାରଠାରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ । ବ୍ୟାଙ୍କ ଭିତରୁ ବାହାରୁଚି ଧୂଆଁ । ଏନେଇ ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ତେବେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଆାଶଙ୍କ କରାଯାଉଛି । ହେଲେ ବ୍ୟାଙ୍କ ବନ୍ଦ ଥିବାରୁ ଘଟଣାର ପ୍ରତୃତ କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ତଦନ୍ତ କରୁଛି ପୋଲିସ । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ଦିଲ୍ଲୀରେ ଦଳର ଶୋଚନୀୟ ପରାଜୟ ପରେ ପ୍ରଥମଥର ପାଇଁ ସାର...